କ୍ରାଶ ହେଲା ଚାଟାର୍ଡ ପ୍ଲେନ; ୮ ମୃତ, ଜାଣନ୍ତୁ କିପରି ହେଲା ଦୁର୍ଘଟଣା

ଆଲାସ୍କା,୨୧।୮: ପଶ୍ଚିମ ଆଲାସ୍କାର ଏକ ଦୁର୍ଗମ ରାଡାର ସାଇଟ୍ ନିକଟରେ ୮ ଜଣଙ୍କୁ ନେଇ ଯାଉଥିବା ଏକ ଚାଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଏନେଇ ଫେଡେରାଲ୍ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB)ର ଆଲାସ୍କା ଅଞ୍ଚଳ ମୁଖ୍ୟ କ୍ଲିଣ୍ଟ ଜନସନ୍ କହିଛନ୍ତି ଯେ ବିମାନରେ ୨ ଜଣ ପାଇଲଟ୍ ଓ ୬ ଜଣ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ସମସ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଅଧିକାରୀଙ୍କ କହିବା ଅନୁସାରେ, ବିମାନଟି ଆଙ୍କରେଜ୍‌ରୁ ଉଡ଼ାଣ ଭରିଥିଲା। ଗୁରୁବାର ଅପରାହ୍ନରେ କେପ୍ ନ୍ୟୁଏନହାମ୍ ନିକଟରେ ପହଞ୍ଚିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି। କେପ୍ ନ୍ୟୁଏନହାମ୍ ଲଙ୍ଗ୍ ରେଞ୍ଜ ରାଡାର ସାଇଟ୍ ନିକଟରେ ବିମାନ ସମ୍ପର୍କିତ ଏକ ଘଟଣା ନେଇ ରିପୋର୍ଟ ମିଳିବା ପରେ ଆଲାସ୍କା ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ ।

ଆଲାସ୍କା ସେନେଟର ଲିସା ମୁର୍କୋସ୍କି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ X ରେ ଲେଖିଛନ୍ତି, “ଆଜି କେପ୍ ନ୍ୟୁଏନହାମରେ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୋର ହୃଦୟ ଆଲାସ୍କାର ଲୋକଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି। ମୁଁ ସିକ୍ୟୁରିଟି ଏଭିଏସନ୍ ସହିତ ଆଲାସ୍କା ସାରା ବ୍ୟାପକ ଭାବରେ ଯାତ୍ରା କରିଛି ଏବଂ ସେମାନଙ୍କର ଅନେକ ଅଭିଜ୍ଞ ପାଇଲଟଙ୍କୁ ଭେଟିଛି। ଘଟଣାସ୍ଥଳକୁ ପ୍ରତିକ୍ରିୟା ଦେବା ପାଇଁ ମୁଁ US କୋଷ୍ଟ ଗାର୍ଡ, NTSB, ଆଲାସ୍କା ଷ୍ଟେଟ୍ ଟ୍ରୁପର୍ସ ଏବଂ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟରକୁ ଧନ୍ୟବାଦ ଜଣାଉଛି। ଆଲାସ୍କା ବିମାନରେ ଥିବା ଲୋକଙ୍କ ପାଇଁ, ସେମାନଙ୍କ ପ୍ରିୟଜନ ଏବଂ ସିକ୍ୟୁରିଟି ଏଭିଏସନ୍ ଟିମ୍ ପାଇଁ ପ୍ରାର୍ଥନା କରୁଛି।

 

Dharitri – Odisha’s No.1 Odia Daily

Share