ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ରେ ନବନିର୍ମିତ ବିଭିନ୍ନ ପ୍ରକଳ୍ପ କୁ ଶୁକ୍ରବାର ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଉଦଘାଟନ କରିବା ସହ ଅନ୍ୟାନ୍ୟ ମଞ୍ଜୁର ପ୍ରାପ୍ତ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ବିଧାୟକ ସହର ଉପକଣ୍ଠ ଶ୍ରୀ ହନୁମାନ ବାଟିକା ଏନ୍ଏସି ଚେକ୍ ଗେଟ ନିକଟରେ ପହଁଚିବା ପରେ ସେଠାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,କାଉନସିଲର ଓ କର୍ମଚାରୀ ବୃନ୍ଦ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେଠାରେ ବିଧାୟକ ଅଳିଆ ଆବର୍ଜନା ପଦାର୍ଥ ଦ୍ଵାରା ନିର୍ମିତ କଳାକୃତି ଗୁଡ଼ିକୁ ଉଦଘାଟନ କରିଥିଲେ।ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ କେନ୍ଦ୍ର , ପୁଞ୍ଜିକଂୟା ଛକରେ ପଥଚାରୀଙ୍କ ନିମନ୍ତେ ଆକାଂକ୍ଷୀ ଶୌଚାଳୟ , ବିଏସଏନଏଲ କାର୍ଯ୍ୟାଳୟ ନିକଟସ୍ଥ ଖୋଲା ଜାଗାର ସୌନ୍ଦର୍ଯ୍ୟକରଣ ଓ ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ପ୍ରତିମୂର୍ତ୍ତି , ସହରର ଘୋଡାହାଡ ଡ଼୍ୟାମ ଛକରେ ସନ୍ଥ ଅରକ୍ଷିତ ଦାସ ମଣ୍ଡପର ଉନ୍ନତିକରଣ କାର୍ଯ୍ୟ ଏବଂ ଖୋଲା ଜାଗାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସହ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ର ଶୁଭ ଉଦଘାଟନ କରିବା ପରେ ୨ ନଂ ୱାର୍ଡ ଅଧିନ ନିମପଲ୍ଲୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସହରୀ ବିକାଶ ଯୋଜନା ଏବଂ ଜଳାଶୟ ଉନ୍ନତିକରଣ ଯୋଜନା ସହାୟତାରେ ପ୍ରାୟ ୬ କୋଟି ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ଚାରିଧାମ ଉଦ୍ୟାନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥଲେ। ଏହି ପ୍ରକଳ୍ପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୧୮ ଲକ୍ଷ ପାଇଁ ଟେଣ୍ଡର ସରିଛି।ସେହିପରି ସହରର ବହୁ ପ୍ରତିକ୍ଷୀତ ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପ୍ରକଳ୍ପ ନିମନ୍ତେ ୩ କୋଟି ୩୦ ଲକ୍ଷ ଅଟକଳରେ ନିର୍ମାଣ କାର୍ଯ୍ୟ ନିମନ୍ତେ ବିଧାୟକ ଶିଳାନ୍ୟାସ କରିଥିଲେ । ପରିଶେଷରେ ଏନଏସି କାର୍ଯ୍ୟାଳୟ ସଭାଗୃହ ପରିସରରେ ୪୧ ବିଧବାବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ ଶତପଥୀ , ଏନ୍ଏସି ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ଦୀପକ କୁମାର ମିଶ୍ର, ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ସନ୍ତୋଷିନୀ ବେହେରା , ସୁନୀଲ ପଣ୍ଡା , ଜ୍ୟୋତ୍ସ୍ନା ଜେନା , କାଉନସିଲର ପ୍ରତିନିଧି ଇ . ଶଙ୍କର , ରମେଶ ଜେନା ଙ୍କ ସମେତ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏନ୍ଏସି କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦିଗପହଣ୍ଡି ଏନ୍ଏସି ବିକାଶ କ୍ଷେତ୍ରରେ ସର୍ବଦା ଅବହେଳିତ ହୋଇ ଆସୁଥିବା ବେଳେ ସମ୍ପ୍ରତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ଏନଏସି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରଚେଷ୍ଟାରେ ସହରର ବିବିଧ ଉନ୍ନତି କରାଯାଉଥିବା ଜଣାପଡ଼ିଛି।