Categories: ଜାତୀୟ

ବୁଲ୍ଲି ବାଈ-ସୁଲ୍ଲି ଡିଲ୍‌ ମାମଲାର ଚାର୍ଜଶିଟ୍‌ ଦାଖଲ…

ନୂଆଦିଲ୍ଲୀ,୯।୩ : ବୁଲ୍ଲି ବାଈ ଏବଂ ସୁଲ୍ଲି ଡିଲ୍‌ ମାମଲାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଏବଂ ଷ୍ଟ୍ରାଟେଜିକ ଅପରେଶନ ୟୁନିଟ ପକ୍ଷରୁ ସମସ୍ତ ଚାର୍ଜଶିଟ୍‌ ପ୍ରଦାନ କରାଯାଇଛି। ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟରେ ବୁଲ୍ଲି ବାଈ ମାମଲାରେ ୨,୦୦୦ପୃଷ୍ଠାର ଏବଂ ସୁଲ୍ଲି ଡିଲ ମାମଲାରେ ୭୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଛି।

ଜୁଲାଇ ୨୦୨୧ରେ ସୁଲ୍ଲି ଡିଲ୍‌ ମୋବାଇଲ ଆପ ସାମ୍ନାକୁ ଆସିଥିଲା। ଯେଉଁଥିରେ ମୁସଲମାନ ମହିଳାମାନଙ୍କର ଫଟୋ ନିଲାମ ପାଇଁ ରଖାଯାଇଥିଲା । ଛଅ ମାସ ପରେ, ମୁସଲମାନ ମହିଳାଙ୍କୁ ହଇରାଣ କରିବା ଏବଂ ଟାର୍ଗେଟ କରିବାର ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ମହିଳା ଗଣମାଧ୍ୟମ ପ୍ରତିନିଧି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ମୋବାଇଲ ଆପ୍ଲିକେଶନ୍‌ରେ କିଛି ଅଜ୍ଞାତ ବ୍ୟକ୍ତି ଟାର୍ଗେଟ କରୁଛନ୍ତିି। ଏହି ଆପର ନାମ ବୁଲ୍ଲି ବାଈ ଥିଲା। ଏହା ଆମେରିକାର ଆଧାରିତ ଗିଥ ହବ ପ୍ଲାଟଫର୍ମରେ ନିର୍ମିତ ହୋଇଥିଲା।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ, ବୁଲ୍ଲି ବାଈ ଆପ ତିଆରି କରିଥିବା ନୀରଜ ବିଷ୍ଣୋଇ ଏବଂ ସୁଲ୍ଲି ଡିଲ ଆପ୍‌ର ନିର୍ମାତା ଓମକେଶ୍ୱର ଠାକୁରଙ୍କୁ ଯଥାକ୍ରମେ ଜାନୁଆରୀ ୬ ଏବଂ ଜାନୁଆରୀ ୮ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ସୁଲ୍ଲି ଡିଲ ମାମଲାରେ, ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ ୨୦୨୧ ଜୁଲାଇ ୮ ରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୪-ଏ ଅନୁଯାୟୀ ଏକ ଏଫ୍‌ ଆଇଆର୍‌ ପଞ୍ଜିକରଣ କରାଯାଇଥିଲା। ଏହା ସହିତ ଧାରା ୧୫୩-ଏ ,୧୫୩-ବି ଏବଂ ଆଇଟି ଧାରା  ୬୬, ୬୭ ଅନ୍ତର୍ଗତ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧି, ସାମାଜିକ କାର୍ଯ୍ୟକର୍ତ୍ତା, ଛାତ୍ର ଏବଂ ଅପମାନଜନକ ବିଷୟବସ୍ତୁ ସହିତ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସମେତ ବୁଲ୍ଲି ବାଈ ଆପରେ ନିଲାମ ପାଇଁ ଶହ ଶହ ମୁସଲମାନ ମହିଳା ତାଲିକାଭୁକ୍ତ ହୋଇଥିଲେ।

ମାମଲାରେ ଅଭିଯୁକ୍ତ ନୀରଜ ବିଷ୍ଣୋଇଙ୍କୁ ଆସାମରୁ ଗିରଫ କରାଯାଇଥିଲା। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରୁ ୨୫ ବର୍ଷିୟ ଓମକେଶ୍ୱର ଠାକୁରଙ୍କୁ ଗିରଫ କରାଯାଇଥିଲା।

Share