Posted inଜାତୀୟ

୩୬୫ ଦିନରେ ୭୩ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌, ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୨ : ଜାତୀୟ ଅନୁସନ୍ଧାନ ଏଜେନ୍ସି ’ଏନଆଇଏ’ ୨୦୨୨ ମସିହାରେ ଜିହାଦି ଆତଙ୍କବାଦକୁ ଏକ ବଡ ଝଟକା ଦେଇଛି। ଗତ କିଛି ବର୍ଷ ତୁଳନାରେ, ଚଳିତ ବର୍ଷ ଏନଆଇଏ ଆତଙ୍କବାଦ ସହ ଜଡିତ ସର୍ବାଧିକ ମାମଲା ଅନୁସନ୍ଧାନ କରିଛି। ୨୦୨୨ମସିହାରେ ୩୬୫ ଦିନ ମଧ୍ୟରେ, ଏନଆଇଏ ୭୩ ଟି ମାମଲା ରୁଜୁ କରିଛି। ପୂର୍ବ ବର୍ଷଗୁଡିକରେ ଏହି ସଂଖ୍ୟା ୬୧ ରୁ କମ ଥିଲା। ବିଶେଷ କଥା ହେଉଛି ଏଥର ପଞ୍ଜୀକୃତ ହୋଇଥିବା ୭୩ ଟି ମାମଲା ଅନୁଯାୟୀ, ଜିହାଦି ଆତଙ୍କ ସହ ଜଡିତ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ନିଜର ସାହସିକତା ପ୍ରଦର୍ଶନ କରିଛି। ଚଳିତ ବର୍ଷ ବିଭିନ୍ନ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ୫୯ ଟି ଚାର୍ଜଶିଟ ଦାଖଲ କରାଯାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ ରହିଛି।

ଜାତୀୟ ଅନୁସନ୍ଧାନ ଏଜେନ୍ସି ୨୦୨୧ ବର୍ଷରେ ୬୧ ଟି ମାମଲା ରୁଜୁ କରିଥିଲା। ୨୦୨୨ ବର୍ଷ ପଞ୍ଜୀକରଣ ମାମଲାରେ ୧୯.୬୭ ପ୍ରତିଶତ ବୃଦ୍ଧି ଘଟିଛି। ଏନଆଇଏ ଦ୍ୱାରା ପଞ୍ଜୀକୃତ ୭୩ ଟି ମାମଲା ମଧ୍ୟରୁ ଜିହାଦି ଆତଙ୍କ ସମ୍ବନ୍ଧରେ ୩୫ ଟି ମାମଲା ରୁଜୁ ହୋଇଛି। ଯେଉଁ ରାଜ୍ୟରେ ଜିହାଦି ଆତଙ୍କବାଦୀ ମାମଲା ରୁଜୁ ହୋଇଛି ସେଥି ମଧ୍ୟରେ ଜମ୍ମୁ-କଶ୍ମୀର, ଆସାମ, ବିହାର, ଦିଲ୍ଲୀ, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ।

ଜମ୍ମୁ-କଶ୍ମୀରରେ ୧୧ ଟି ମାମଲା ରୁଜୁ ହୋଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୦ ଟି ମାମଲା, ଉତ୍ତର ପୂର୍ବରେ ୫ ଟି ମାମଲା, ପିଏଫଆଇ ସମ୍ବନ୍ଧୀୟ ୭ ଟି ମାମଲା ପଞ୍ଜିକୃତ ହୋଇଥିଲା। ପଞ୍ଜାବରେ ଚାରୋଟି ମାମଲା ପଞ୍ଜୀକୃତ ହୋଇଥିଲା। ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟର, ଆତଙ୍କବାଦୀ ଏବଂ ଚୋରା ଚାଲାଣକାରୀଙ୍କ ସମ୍ପର୍କରେ ତିନୋଟି ମାମଲା ରୁଜୁ କରାଯାଇଥିଲା। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ଗୋଟିଏ ମାମଲା ଏବଂ ନକଲି ଭାରତୀୟ ମୁଦ୍ରା ନୋଟ ଏଫଆଇସିଏନର ଦୁଇଟି ମାମଲା ପଞ୍ଜୀକୃତ ହୋଇଥିଲା।

୨୦୨୨ ବର୍ଷରେ ଏନଆଇଏ ୪୫୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିମଧ୍ୟରେ ୧୯ ଜଣ ପଳାତକ ଅନ୍ତର୍ଭୁକ୍ତ। ଦୁଇ ଅଭିଯୁକ୍ତଙ୍କୁ ଦେଶରୁ ବିତାଡିତ କରାଯାଇଛି। ଜଣେ ଅଭିଯୁକ୍ତଙ୍କୁ ପ୍ରତ୍ୟର୍ପଣ କରାଯାଇଛି। ଚଳିତ ବର୍ଷ ୩୮ ଟି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୦୯ ଜଣଙ୍କୁ କଠୋର ଦଣ୍ଡ ଦିଆଯାଇଛି। ସେମାନଙ୍କୁ ମଧ୍ୟ ଜରିମାନା କରାଯାଇଛି। ୬ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୟୁଏପିଏ ଅଧୀନରେ ଆଠ ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri