Categories: ଜାତୀୟ

ବ୍ଲଗର-ୟୁଟ୍ୟୁବର ଉପରେ କଟକଣା ଲଗାଇବ କେଦାରନାଥ

ଡେରାଡୁନ,୨୩।୫: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଗୋଟିଏ ପଟେ ଶିଖରରେ ଥିବା ବେଳେ ଅନ୍ୟପଟେ କେଦାରନାଥ ଶବ୍ଦ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଟ୍ରେଣ୍ଡ କରୁଛି। କେଦାରନାଥରେ ଶ୍ରଦ୍ଧାଳୁଙ୍କ ବ୍ୟତୀତ ୟୁଟ୍ୟୁବର ଏବଂ ବ୍ଲଗରମାନଙ୍କର ମଧ୍ୟ ଭିଡ଼ ଜମୁଛି। ଯେଉଥିପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଯାହାକୁ ନେଇ ବର୍ତ୍ତମାନ ମନ୍ଦିର କମିଟି ସେମାନଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। ଉତ୍ତରାଖଣ୍ଡର ଚାରିଧାମକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏଥିରେ ସର୍ବାଧିକ ସଂଖ୍ୟକ ଯାତ୍ରୀ କେଦାରନାଥ ଧାମକୁ ଯାଇଥାନ୍ତି। କେଦାରନାଥରେ ଜମୁଥିବା ଭିଡ଼ ମଧ୍ୟରେ ବହୁ ସଂଖ୍ୟକ ବ୍ଲଗର୍‌ ଓ ୟୁଟ୍ୟୁବର ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଗଙ୍ଗୋତ୍ରି, ଯମୁନେତ୍ରିି ଏବଂ ବଦ୍ରିନାଥଙ୍କ ତୁଳନାରେ କେଦାରନାଥ ପରିଦର୍ଶନ କରୁଥିବା ଯାତ୍ରୀଙ୍କ ସଂଖ୍ୟା ବହୁତ ଅଧିକ। ଏହି କାରଣରୁ ବର୍ତ୍ତମାନ କେଦାରନାଥ ଧାମ ସୋସିଆଲ ମିଡିଆର ଟପ୍‌ ଟ୍ରେଣ୍ଡରେ ସାମିଲ ହୋଇଛି। ବର୍ତ୍ତମାନ ଏହା ଆସ୍ଥା ଓ କେନ୍ଦ୍ର ସହିତ ଟିଆରପିର ଗନ୍ତବ୍ୟସ୍ଥଳ ଭାବେ ମଧ୍ୟ ଉଭା ହୋଇଛି। ତେଣୁ ବଦ୍ରି କେଦାର ମନ୍ଦିର କମିଟିର ସଭାପତି ଅଜେନ୍ଦ୍ର ଅଜୟ କହିଛନ୍ତି ଯେ, ଧାମରେ ଘଟୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି କେଦାରନାଥ ଭଳି ବଦ୍ରିନାଥରେ ୟୁଟ୍ୟୁବର ଏବଂ ବ୍ଲଗର୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରାଯାଉଛି।

Share