Categories: ଜାତୀୟ

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଭୁଶୁଡିଲା କୋଠା, ଫସିରହିଛନ୍ତି ଅନେକ ଲୋକ

ପାଟନା,୨୪।୭: ବିହାରର ଛାପରା ଜିଲାର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁ ଏକ କୋଠା ଭୁଶୁଡି ପଡିଛି। ଫଳରେ କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।
ସୂଚନାଯୋଗ୍ୟ, ଏହି ବାଣ ଫ୍ୟାକ୍ଟ୍ରିରୁ ନିର୍ବାଚନ ବିଜୟୀ ଉତ୍ସବ ପାଳନ କରିବାକୁ ବାଣ ନିଆଯାଏ। ଏହା ବ୍ୟତୀତ ବିବାହ ପାଇଁ ମଧ୍ୟ ଏଠାରୁ ବାଣ ଯୋଗାଇ ଦିଆଯାଉଥିଲା। ଏହି ଫ୍ୟାକ୍ଟ୍ରିରେ ଅବୈଧ ବାରୁଦ କାରବାର ହେଉଥିବା ପୋଲିସ କହିଛି। ତେବେ ଘଟଣାର ତଦନ୍ତ ଜାରି ରହିଛି।

Share