ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌

ଖୋର୍ଦ୍ଧା ଅଫିସ,୧୭।୫: ଖୋର୍ଦ୍ଧାରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ସହରରେ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। କଥା କଥାକେ ଫୁଟୁଛି ଗୁଳି। ଏପରିକି ଜୀବନ ନେବାକୁ ପଛାଉ ନାହାନ୍ତି। ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ସୋମବାର ରାତିରେ ବବୁଲ ଖଁାଙ୍କୁ ଗୁଳିମାଡ଼ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୋମବାର ରାତିରୁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଦୁଇଟି ସ୍ଥାନରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରୁ ବାଇକ୍‌ (ଓଡି୦୨-ଏଏଚ-୩୨୫୩), ଖୋକା ଜବତ କରିଛି। ବବୁଲଙ୍କ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ହତ୍ୟା ମାମଲା (ନଂ.୩୦୩/୨୩)ରୁଜୁ ହୋଇଛି। ପୋଲିସ ବବୁଲଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଛି। କେଉଁ ପରିସ୍ଥିତିରେ ଗୁଳି ଫୁଟିଲା, ଏହି ସମୟରେ ଆକ୍ରମଣକାରୀଙ୍କ ସହ ଅନ୍ୟ କିଏ ଥିଲା କି ପୋଲିସ ଏହାର ଖୋଲତାଡ଼ କରିଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ଦାସଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଗୁଳିମାଡ଼ କରିଥିବା ଯୁବକ ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସଦର ଏସ୍‌ଡିପିଓ ଦିଲୀପ ଦାସ ଏହାକୁ ଖଣ୍ଡନ କରିଛନ୍ତି। ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ବ୍ରାଉନ୍‌ସୁଗାର କାରବାରକୁ ନେଇ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ବବୁଲ ବ୍ରାଉନସୁଗାର ବିକ୍ରି ଘଟଣାରେ ଗିରଫ ହୋଇ ନିକଟରେ ଜାମିନରେ ଆସିଥିଲେ।
ଯେ, ସୋମବାର ରାତିରେ ପାନବରଜ ଅଙ୍ଗନଓ୍ବାଡି କେନ୍ଦ୍ର ବାରଣ୍ଡାରେ ବବୁଲ ବସିଥିଲେ। ଏହି ସମୟରେ ଭାଲିଆବାଡିର ସମ୍ପୃକ୍ତ ଯୁବକ ବାଇକରେ ଆସି ସେଠାରେ ପହଞ୍ଚିଥିଲେ। କୌଣସି କାରଣକୁ ନେଇ ଉଭୟ ବଚସା ସହ ଠେଲାପେଲା ହୋଇଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବକ ବବୁଲଙ୍କୁ ଗୁଳିମାଡ଼ କରିଥିଲେ। ପ୍ରଥମଟି ଲକ୍ଷ୍ୟଚ୍ୟୁତ ହୋଇଥିଲା। ଅନ୍ୟଟି ବବୁଲଙ୍କ ଛାତି ତଳେ ବାଜିଥିଲା। ପରେ ସେଠାରୁ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ବେଳେ ବବୁଲ ତଳେ ପଡିଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ।
ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଗୁଳିମାଡ଼କୁ ନେଇ ବବୁଲଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋମବାର ସାଢେ ୮ଟାରେ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ନଂ.୧ ନିକଟରେ ସ୍ବାମୀ ସେକ୍‌ ନସିମ ଓରଫ ବବୁଲ ୪ଜଣ ସାଙ୍ଗ ସୂର୍ଯ୍ୟ ନାରାୟଣ ମହାନ୍ତି, ତାରିଣୀ ପ୍ରସାଦ ମହାନ୍ତି, ଆଶିଷ ପଟ୍ଟନାୟକ, ରୋଶନ ମହାରଣା ଏବଂ ମେହୋଜ ଖାଁଙ୍କ ସହ କଥା ହେଉଥିଲେ। ଏହି ସମୟରେ ଭାଲିଆବାଡି ଗ୍ରାମର ସତ୍ୟ ନାରାୟଣ ପ୍ରଧାନ ଓରଫ ରାଣା ସେଠାରେ ପହଞ୍ଚି ହଠାତ୍‌ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଗାଳିଗୁଳଜ କରିଥିଲେ। ପକେଟରୁ ବନ୍ଧୁକ ବାହାର କରି ମାରିବାକୁ ଧମକ ଦେବା ସମୟରେ ବବୁଲ ତାଙ୍କୁ ବିରୋଧ କରିଥିଲେ। ଏଥିରେ ରାଣା ଉତ୍‌କ୍ଷିପ୍ତ ହୋଇ ବବୁଲଙ୍କୁ ଜୀବନରେ ମାରିଦେବାକୁ ଉଦ୍ଦେଶ୍ୟରେ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ସେଥିରୁ ଗୋଟିଏ ଫୁଟି ନ ଥିବା ବେଳେ ଅନ୍ୟ ଗୁଳି ବବୁଲଙ୍କ ଛାତିରେ ବାଜିଥିଲା। ବବୁଲଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ସାଙ୍ଗମାନେ ମେଡିକାଲକୁ ନେଇଯାଇଥିଲେ। ଖବରପାଇ ମେଡିକାଲରେ ପହଞ୍ଚିବା ପରେ ବବୁଲଙ୍କ ଠାରୁ ସମ୍ପୂର୍ଣ୍ଣ ଖବର ଜାଣିବାକୁ ପାଇଥିଲି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବବୁଲଙ୍କ ସ୍ତ୍ରୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ରାଣାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?