ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌

ଖୋର୍ଦ୍ଧା ଅଫିସ,୧୭।୫: ଖୋର୍ଦ୍ଧାରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ସହରରେ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। କଥା କଥାକେ ଫୁଟୁଛି ଗୁଳି। ଏପରିକି ଜୀବନ ନେବାକୁ ପଛାଉ ନାହାନ୍ତି। ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ସୋମବାର ରାତିରେ ବବୁଲ ଖଁାଙ୍କୁ ଗୁଳିମାଡ଼ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୋମବାର ରାତିରୁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଦୁଇଟି ସ୍ଥାନରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରୁ ବାଇକ୍‌ (ଓଡି୦୨-ଏଏଚ-୩୨୫୩), ଖୋକା ଜବତ କରିଛି। ବବୁଲଙ୍କ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ହତ୍ୟା ମାମଲା (ନଂ.୩୦୩/୨୩)ରୁଜୁ ହୋଇଛି। ପୋଲିସ ବବୁଲଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଛି। କେଉଁ ପରିସ୍ଥିତିରେ ଗୁଳି ଫୁଟିଲା, ଏହି ସମୟରେ ଆକ୍ରମଣକାରୀଙ୍କ ସହ ଅନ୍ୟ କିଏ ଥିଲା କି ପୋଲିସ ଏହାର ଖୋଲତାଡ଼ କରିଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ଦାସଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଗୁଳିମାଡ଼ କରିଥିବା ଯୁବକ ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସଦର ଏସ୍‌ଡିପିଓ ଦିଲୀପ ଦାସ ଏହାକୁ ଖଣ୍ଡନ କରିଛନ୍ତି। ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ବ୍ରାଉନ୍‌ସୁଗାର କାରବାରକୁ ନେଇ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ବବୁଲ ବ୍ରାଉନସୁଗାର ବିକ୍ରି ଘଟଣାରେ ଗିରଫ ହୋଇ ନିକଟରେ ଜାମିନରେ ଆସିଥିଲେ।
ଯେ, ସୋମବାର ରାତିରେ ପାନବରଜ ଅଙ୍ଗନଓ୍ବାଡି କେନ୍ଦ୍ର ବାରଣ୍ଡାରେ ବବୁଲ ବସିଥିଲେ। ଏହି ସମୟରେ ଭାଲିଆବାଡିର ସମ୍ପୃକ୍ତ ଯୁବକ ବାଇକରେ ଆସି ସେଠାରେ ପହଞ୍ଚିଥିଲେ। କୌଣସି କାରଣକୁ ନେଇ ଉଭୟ ବଚସା ସହ ଠେଲାପେଲା ହୋଇଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବକ ବବୁଲଙ୍କୁ ଗୁଳିମାଡ଼ କରିଥିଲେ। ପ୍ରଥମଟି ଲକ୍ଷ୍ୟଚ୍ୟୁତ ହୋଇଥିଲା। ଅନ୍ୟଟି ବବୁଲଙ୍କ ଛାତି ତଳେ ବାଜିଥିଲା। ପରେ ସେଠାରୁ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ବେଳେ ବବୁଲ ତଳେ ପଡିଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ।
ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଗୁଳିମାଡ଼କୁ ନେଇ ବବୁଲଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋମବାର ସାଢେ ୮ଟାରେ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ନଂ.୧ ନିକଟରେ ସ୍ବାମୀ ସେକ୍‌ ନସିମ ଓରଫ ବବୁଲ ୪ଜଣ ସାଙ୍ଗ ସୂର୍ଯ୍ୟ ନାରାୟଣ ମହାନ୍ତି, ତାରିଣୀ ପ୍ରସାଦ ମହାନ୍ତି, ଆଶିଷ ପଟ୍ଟନାୟକ, ରୋଶନ ମହାରଣା ଏବଂ ମେହୋଜ ଖାଁଙ୍କ ସହ କଥା ହେଉଥିଲେ। ଏହି ସମୟରେ ଭାଲିଆବାଡି ଗ୍ରାମର ସତ୍ୟ ନାରାୟଣ ପ୍ରଧାନ ଓରଫ ରାଣା ସେଠାରେ ପହଞ୍ଚି ହଠାତ୍‌ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଗାଳିଗୁଳଜ କରିଥିଲେ। ପକେଟରୁ ବନ୍ଧୁକ ବାହାର କରି ମାରିବାକୁ ଧମକ ଦେବା ସମୟରେ ବବୁଲ ତାଙ୍କୁ ବିରୋଧ କରିଥିଲେ। ଏଥିରେ ରାଣା ଉତ୍‌କ୍ଷିପ୍ତ ହୋଇ ବବୁଲଙ୍କୁ ଜୀବନରେ ମାରିଦେବାକୁ ଉଦ୍ଦେଶ୍ୟରେ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ସେଥିରୁ ଗୋଟିଏ ଫୁଟି ନ ଥିବା ବେଳେ ଅନ୍ୟ ଗୁଳି ବବୁଲଙ୍କ ଛାତିରେ ବାଜିଥିଲା। ବବୁଲଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ସାଙ୍ଗମାନେ ମେଡିକାଲକୁ ନେଇଯାଇଥିଲେ। ଖବରପାଇ ମେଡିକାଲରେ ପହଞ୍ଚିବା ପରେ ବବୁଲଙ୍କ ଠାରୁ ସମ୍ପୂର୍ଣ୍ଣ ଖବର ଜାଣିବାକୁ ପାଇଥିଲି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବବୁଲଙ୍କ ସ୍ତ୍ରୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ରାଣାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri