ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ

ଭୁବନେଶ୍ୱର,୧୦।୩: ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏକ ସମ୍ଭାବ୍ୟ ମେଣ୍ଟକୁ ନେଇ ପୂରା ରାଜ୍ୟରେ ଚହଳ। ଦିଲ୍ଲୀ ଦୌଡୁଛନ୍ତି ବଡ଼ ବଡ଼ ନେତା। ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର୍‌। ବାଟେଘାଟେ, ଚା’ ଖଟି। ସବୁଠି ଗୋଟିଏ କଥା ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ହେଲେ ସତରେ କ’ଣ ମେଣ୍ଟ ହେଉଛି?
ପ୍ରଥମେ ଓଡ଼ିଶା ଭାଜପା ସଭାପତିଙ୍କ ବୟାନ ଆସିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ବାଣ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିବା କୁହାଯାଉଛି। ଏହାପରେ ବି ଥମୁନି ମେଣ୍ଟ ଚର୍ଚ୍ଚା। ଏ ଭିତରେ ଶୁକ୍ରବାର ମଝି ଆକାଶରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଇଣ୍ଡିକୋ ବିମାନରେ ଦିଲ୍ଲୀରୁ ଓଡ଼ିଶା ଫେରୁଥିଲେ, ଏହି ସମୟରେ ବିମାନରେ ବସିଥିବା ଅନ୍ୟଯାତ୍ରୀମାନେ ମନମୋହନ ସାମଲଙ୍କୁ ଘେରି ଯାଇଥିଲେ। କିଛି ଯାତ୍ରୀ ମନମୋହନଙ୍କୁ ପ୍ରଶ୍ନ କରିଥିଲେ ଯେ, ସାର୍‌ ସତରେ କ’ଣ ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ଆଉ ଏହାର ଉତ୍ତରରେ ମନମୋହନ ସଫାସଫା ମେଣ୍ଟ ହେଉ ନ ଥିବା ଯାତ୍ରୀଙ୍କୁ କହିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ଭାଜପା ଏକାକୀ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ନିର୍ବାଚନ ଲଢିବ। ଆଉ ଭାଜପା ହିଁ ଏକାକୀ ଓଡ଼ିଶାରେ ସରକାର ଗଢିବ।

ଏବେ ମଝି ଆକାଶରେ ମେଣ୍ଟ ଚର୍ଚ୍ଚାକୁ ନେଇ ଲୋକଙ୍କ ଭିତରେ ବେଶ୍‌ କୌତୁହଳ ଦେଖାଦେଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ମଝି ଆକାଶର ଚର୍ଚ୍ଚାକୁ ବେଶ୍‌ ଟ୍ରୋଲ କରାଯାଉଛି। ତେବେ ଓଡିଶା ରାଜନୀତିରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ଥିତି ଦେଖାଯାଇଛି ଯେ ଯାହା କେବେ ଦେଖାଦେଇ ନ ଥିଲା। ଗୋଟିଏ ରାଜ୍ୟରେ ଶାସକ ଓ ମୁଖ୍ୟ ବିରୋଧୀଙ୍କ ମଧ୍ୟରେ ମେଣ୍ଟ ହୋଇଯିବ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କେବଳ ସାଧାରଣ ଜନତା ନୁହନ୍ତି ବିଜେଡି-ଭାଜପାର ବହୁ ତୁଙ୍ଗନେତା ମଧ୍ୟ ଏହାକୁ ନାପସନ୍ଦ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ମେଣ୍ଟ ଚର୍ଚ୍ଚାରେ ଯଦିଓ ଆଶିଂକ ବିରାମ ଲାଗିଛି ହେଲେ, ଏବେ ବି ବିଜେଡି-ଭାଜପା ଭିତରେ ଯେ ଆଉ ମେଣ୍ଟ ହେବ ନାହିଁ ଏକଥା ମଧ୍ୟ କୁହାଯାଇ ପାରୁନାହିଁ। ଗତକାଲି ସଂଧ୍ୟାରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଭି କେ ପାଣ୍ଡିଆନ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା। ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ରାଜନୈତିକ ମହଲ ଏହି କଥାରୁ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ, ବିଜେଡି-ଭାଜପା ମେଣ୍ଟ ନେଇ ଗତକାଲି ସ୍ଥିତି ଯାହା ଥିଲା ତାହା ଏବେ ବି ବଳବତ୍ତର ରହିଛି। ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ମେଣ୍ଟର ଭାଗ୍ୟ ଝୁଲୁଛି। ଏବେ ସମସ୍ତଙ୍କର ନଜର ରହିଛି ମାର୍ଚ୍ଚ ୧୨। କୁହାଯାଉଛି ଏହିଦିନ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିପାରନ୍ତି। ସେହିଦିନ ହିଁ ଏହି ମେଣ୍ଟ ଚର୍ଚ୍ଚା ଉପରେ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri