Categories: ଜାତୀୟ

ଶପଥ ନେଲେ ଚନ୍ନି…

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ତଥା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ଫଳରେ ଚନ୍ନି ଏବେ ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି। ତାଙ୍କ ସହିତ ସୁଖ୍‌ଜିନ୍ଦର ସିଂ ରାନ୍ଧଓ୍ବା ଏବଂ ଓପି ସୋନୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ରାଜଭବନରେ ଆୟୋଜିତ ଏହି ସମାରୋହରେ ରାଜ୍ୟପାଳ ବନଓ୍ବରିଲାଲ୍‌ ପୁରୋହିତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଉତ୍ସବରେ ଅନୁପସ୍ଥିତ ଥିଲେ।

ଚନ୍ନି ରୂପନଗର ଅଞ୍ଚଳର ଚାମ୍‌କୌର ସାହିବ୍‌ ବିଧାନସଭା ଆସନରୁ ବିଧାୟକ। ସେ ବିଦାୟୀ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Share