ଆୟଠାରୁ ଅଧିକ ବ୍ୟୟ କରୁଛନ୍ତି କି? ଅସୁବିଧାରେ ପଡ଼ିପାରନ୍ତି; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତିଙ୍କୁ ଧନକୁ ନେଇ ବହୁତ ସତର୍କ ରହିବା ଉଚିତ। କାରଣ ବିପଦ ବେଳେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ କରିଥାଏ। ଧନ ଥିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼େ। ଜୀବନରେ ସଫଳତା ପାଇବା ପାଇ ଆତ୍ମବିଶ୍ୱାସ ଥିବା ନିହାତି ଜରୁରୀ। ହେଲେ କେବେ କେବେ ଅଧିକ ଧନ ବ୍ୟକ୍ତିକୁ ଅହଙ୍କାରୀ କରିଥାଏ। ଏଭଳି ସ୍ଥିତିରୁ ବଞ୍ଚିବା ଉଚିତ। କାରଣ ଅହଙ୍କାର ବ୍ୟକ୍ତିକୁ କ୍ଷତି ପହଞ୍ଚାଇଥାଏ। ତେବେ ଧନ ମାମଲାରେ ଚାଣକ୍ୟ କୁହନ୍ତି:

-ଧନ ସଞ୍ଚୟ କରନ୍ତୁ: ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଧନ ସଞ୍ଚୟ କରେ, ତାକୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ନାହିଁ। କାରଣ ଆବଶ୍ୟକ ବେଳେ ଧନ ହିଁ କାମରେ ଆସିଥାଏ। ଏଣୁ ଆବଶ୍ୟକ ନ ଥିଲେ ବ୍ୟୟ କରନ୍ତୁ ନାହିଁ।

-ଅଯଥା ବ୍ୟୟ ମାନସିକ ଚିନ୍ତାର କାରଣ ପାଲଟେ: ଅଧିକ ଖର୍ଚ୍ଚ ବେଳେ ବେଳେ ମାନସିକ ଚିନ୍ତାର କାରଣ ପାଲଟେ। ଏଣୁ ଆବଶ୍ୟକ ଯେତିକି ଖର୍ଚ୍ଚ ସେତିକି କରିବା ଉଚିତ। ଅଧିକ ଖର୍ଚ୍ଚି ଲୋକଙ୍କୁ ଜୀବନରେ ଅଧିକ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ମାନସିକ ଦୁଃଶ୍ଚିନ୍ତାରୁ ବଞ୍ଚିବାକୁ ହେଲେ ଭାବିଚିନ୍ତି ଧନ ଖର୍ଚ୍ଚ କରିବା ଉଚିତ ବୋଲି ଚାଣକ୍ୟ କୁହନ୍ତି।