ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ

ଆଜକୁ ୨୦୦୦ରୁ ଅଧିକ ବର୍ଷ ପୂର୍ୱେ ରାଜଦରବାରରେ ଅମଲାତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ବ୍ରାହ୍ମଣଙ୍କ ବୃତ୍ତିକୁ ନିଶ୍ଚିତ କରାଯାଇଥିଲା। ରାଜାଙ୍କ ଢାଞ୍ଚା, ତାଙ୍କ ଶାସନ ଏବଂ ତାଙ୍କ ଭାଷା ଆଧାରରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଚାଲୁଥିଲା। ରାଜା ଯିଏ ହୁଅନ୍ତୁନା କାହିଁକି, ତାଙ୍କ ପୁଅ ଓ ପୁତୁରା ଉତ୍ତରାଧିକାରୀ ହେଉଥିଲେ। ଜାତି-ଧର୍ମ ବ୍ୟବସ୍ଥା ବି ଏହାକୁ ନିଶ୍ଚିତ କରୁଥିଲା। କେବଳ ୮୦୦ ବର୍ଷ ପୂର୍ୱେ ଯେତେବେଳେ ମୁସଲମାନ ରାଜାମାନେ ଆସିଲେ ସେତେବେଳେ ଦରବାରି ଭାଷା ପାର୍ସି ହୋଇଗଲା। ହେଲେ ତୃଣମୂଳସ୍ତରରେ ଅନ୍ୟସବୁ ବିଷୟ ସମାନ ରହିଲା। ପ୍ରଶାସନିକ ବ୍ୟାପାର ଦାୟିତ୍ୱରେ ଥିଲେ ବ୍ରାହ୍ମଣ। କିନ୍ତୁ ପରେ ମାକୁଲେ ଆସିଲେ ଏବଂ ସବୁକିଛି ଶେଷ ହୋଇଗଲା।
ଶିକ୍ଷା ବଦଳିଲା। ଭାଷା ବଦଳିଲା ଏବଂ ବ୍ୟବସ୍ଥା ପରିବର୍ତ୍ତନ ହୋଇଗଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାଧାନ୍ୟତାର ଅନ୍ତ ଘଟିଲା। ଯୋଗ୍ୟତାଆଧାରିତ ବ୍ୟବସ୍ଥା ଆସିଲା। ଫଳରେ ତୁମେ ଇଂଲିଶ୍‌ ପଢ଼ି ଯୋଗ୍ୟହୋଇ ସିଭିଲ ସର୍ଭିସ୍‌ ପରୀକ୍ଷା ଦେବା ପାଇଁ ଲଣ୍ଡନ ଯାତ୍ରା କଲ। ଯେଉଁମାନଙ୍କୁ ଅସ୍ପୃଶ୍ୟ ବୋଲି ବିଚାର କରାଯାଉଥିଲା, ଦେଶ ସ୍ୱାଧୀନ ହେବା ପରେ ସେମାନଙ୍କ ପାଇଁ ଯେତେବେଳେ ସଂରକ୍ଷଣ ବ୍ୟବସ୍ଥା କରାଗଲା, ସେତେବେଳେ ବ୍ୟବସ୍ଥା ଆହୁରି ଖରାପ ହୋଇଗଲା ବୋଲି କୁହାଗଲା। ଏବେ ଆଧୁନିକ ଭାରତ କହିଚାଲୁଛି, ମାକୁଲେ ସମୃଦ୍ଧ ଭାରତୀୟ ଶିକ୍ଷାବ୍ୟବସ୍ଥାକୁ ନଷ୍ଟ କରିଦେଲେ। କିନ୍ତୁ ଊନବିଂଶ ଶତାବ୍ଦୀ ପୂର୍ୱରୁ ଯେଉଁ ପୁରୁଣା ବ୍ୟବସ୍ଥା ରହିଥିଲା ତାହା ସମସ୍ତ ଭାରତୀୟ କିମ୍ୱା ହିନ୍ଦୁଙ୍କ ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ନ ଥିଲା। ପ୍ରତିଷ୍ଠିତ ଗୋଷ୍ଠୀଙ୍କ ସହ ଜଡ଼ିତ ଥିବା ସ୍ଥାନୀୟ ସଂସ୍ଥାଗୁଡ଼ିକ ବଂଶାନୁକ୍ରମେ ଲେଖକ, ଧର୍ମଯାଜକ ଏବଂ ଦରବାରି ବିଦ୍ୱାନ୍‌ଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ଏହି ଗୋଷ୍ଠୀର କାଗଜପତ୍ର କାମ, ମନ୍ଦିର ହିସାବ କିତାବ, ଜମିଜମା ନଥିପତ୍ର ଏବଂ ନ୍ୟାୟିକ ବ୍ୟାଖ୍ୟାନ ଉପରେ ଏକଚାଟିଆ ଅଧିକାର ଥିଲା। ଏଥିରେ ଜାତି ଜଡ଼ିତ ଥିଲା ଏବଂ ଏହା ଥିଲା ବଂଶଗତ ବ୍ୟବସ୍ଥା, ଯାହା ନିର୍ଦ୍ଦିଷ୍ଟ ସମୁଦାୟଗୁଡ଼ିକୁ ସମ୍ଭବତଃ ନିଯୁକ୍ତି ଯୋଗାଇଦେଉଥିଲା। ବାସ୍ତବରେ ଏଭଳି ବ୍ୟବସ୍ଥା ଜାରି ରହିଥିଲାବେଳେ ମାକୁଲେ ପ୍ରବେଶକଲେ। ହିନ୍ଦୁ କିମ୍ୱା ଭାରତୀୟଙ୍କ ସମସ୍ତ ବିଷୟକୁ ସେ ଘୃଣା କରିବା ଆରମ୍ଭ କରିଦେଲେ। ବ୍ରିଟେନ୍‌ ସାମ୍ରାଜ୍ୟର ଆବଶ୍ୟକତାକୁ ନେଇ ସେ ସିଦ୍ଧାନ୍ତ ନେଉଥିଲେ। କିନ୍ତୁ ତାଙ୍କ ସୁଧାରଗୁଡ଼ିକ ଏକ ଅତି ପୁରୁଣା ଏକଚାଟିଆ ବ୍ୟବସ୍ଥାରେ ବାଧା ଆଣିଥିଲା। ପ୍ରଶାସନିକ ଭାଷା ଭାବେ ଇଂଲିଶ ଆରମ୍ଭ କରିଥିଲେ ଏବଂ ଏହାକୁ ନିଯୁକ୍ତି ପରୀକ୍ଷାରେ ବାଧ୍ୟତାମୂଳକ କରି ସେ ବଂଶାନୁକ୍ରମିକ ପ୍ରଶାସନିକ ସୁବିଧାକୁ ପ୍ରତିହତ କରିଥିଲେ। ଇଂଲିଶ୍‌ ସାହିତ୍ୟ ଓ ଶାସ୍ତ୍ରୀୟ ଅଧ୍ୟୟନ ଦ୍ୱାରା ଗଢ଼ାଯାଇଥିବା ଏକ ନୂଆ ମାନସିକତକୁ ଏହା ସମର୍ଥନ କରିଥିଲା ଏବଂ ବାସ୍ତବରେ ଏକ ନୂଆ ପ୍ରକାର ପ୍ରତିଷ୍ଠିତ ବର୍ଗଙ୍କୁ ସହଯୋଗ କରିଥିଲା। ବାପାଠାରୁ ପୁଅ ପାଖକୁ ଯାଉଥିବା ଜ୍ଞାନ, କ୍ଷମତା ଏବଂ ନିଯୁକ୍ତିର ପୁରୁଣା ଜାତି ଗ୍ୟାରେଣ୍ଟିକୁ ପତନ ଘଟାଇଲା। ଏଭଳି କ୍ଷତି କାରଣରୁ ମାକୁଲେଙ୍କ ପ୍ରତି ବ୍ରାହ୍ମଣ ଗୋଷ୍ଠୀର ଅସନ୍ତୋଷ ପ୍ରକାଶ ପାଇଲା। ଉପନିବେଶବାଦ୍‌ ଦ୍ୱାରା ସ୍ଥାପିତ ବ୍ୟବସ୍ଥାଗୁଡ଼ିକର ବିଲୋପ ପାଇଁ ଦିଆଯାଇଥିବା ଡାକରା ପଛରେ ସମ୍ଭବତଃ ଏହି ଅସନ୍ତୋଷ ରହିଥାଇପାରେ।
ଖ୍ରୀଷ୍ଟିଆନ୍‌ ମିଶନାରିଗୁଡ଼ିକ ଅନୁଯାୟୀ, ଊନବିଂଶ ଶତାବ୍ଦୀରେ ବେଙ୍ଗଲରେ ୧,୦୦,୦୦୦ ସ୍କୁଲ ଥିଲା ଏବଂ ୫୦୦ ପିଲାଙ୍କ ପାଇଁ ଗୋଟିଏ ସ୍କୁଲ ଚାଲୁଥିଲା। ମାଡ୍ରାସ ପ୍ରେସିଡେନ୍ସିରେ ଅନେକ ସ୍ଥାନୀୟ ସ୍କୁଲ ଥିଲା, ଯେଉଁଠାରେ ନୀଚ ଜାତି କିମ୍ୱା ଶୁଦ୍ରବର୍ଗର ଅଧିକ ପିଲା ପଢ଼ୁଥିଲେ। ଏସବୁ ହିଁ ବାସ୍ତବତା ଏବଂ ମାକୁଲେ ଯେଉଁ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଥିଲେ ତାହା ତୁଳନାରେ ସ୍ୱାଧୀନତା ପୂର୍ୱର ସେହି ବ୍ୟବସ୍ଥା ସେଭଳି ଭୟଙ୍କର ନ ଥିବା ତଥ୍ୟକୁ ଏବେ ସବୁ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟରେ ବ୍ୟାପକ ଭାବେ ଶେୟାର କରାଯାଉଛି। ଇଂରେଜମାନେ ଲାଗୁକରିଥିବା ପ୍ରଶାସନଭିତ୍ତିକ ଶିକ୍ଷାଠାରୁ ଏହା ଯଥେଷ୍ଟ ଭଲ ଥିଲା ଏବଂ ଏହାର ଗଭୀର ଭାରତୀୟ ସଂସ୍କୃତି ଭାବନା ରହିଥିଲା ବୋଲି କୁହାଯାଉଛି। ମୁଖ୍ୟ ବିଷୟ ହେଉଛି, ଉତ୍ତର ଓ ଦକ୍ଷିଣ ଭାରତରେ ‘ଶୁଦ୍ର’ର ଭିନ୍ନ ଅର୍ଥ ଥିଲା, ଯାହାକୁ ଚତୁରତାର ସହ ଗୁପ୍ତ ରଖାଯାଇଛି।
ଦକ୍ଷିଣ ଭାରତ ତୁଳନାରେ ଉତ୍ତର ଭାରତରେ ଚତୁଃବର୍ଣ୍ଣ ବ୍ୟବସ୍ଥା ଅଧିକ ଲାଗୁ ହେବା ଦେଖାଯାଏ। ଉତ୍ତର ଭାରତରେ ରାଜପୁତମାନେ କ୍ଷତ୍ରୀୟଙ୍କ ସ୍ଥାନ ନେଇଗଲେ। ବୈଶ୍ୟମାନେ ବଣିକ ଭାବେ ପରିଚିତ ହେଲେ। ତା’ପରକୁ ଆସିଲେ ଶୁଦ୍ର। ଦକ୍ଷିଣ ଭାରତରେ କ୍ଷତ୍ରୀୟଙ୍କ ସମକକ୍ଷ କେହି ନ ଥିଲେ। ତାମିଲ ଭାଷାଭାଷୀ ଅଞ୍ଚଳର ନାୟକ ରାଜାମାନେ ବଣିକ ଥିଲେ, କିନ୍ତୁ ବହୁ ସମୟରେ ସେମାନଙ୍କୁ ଶୁଦ୍ର ଭାବେ ସୂଚିତ କରାଯାଇଥିଲା। ତେଲୁଗୁ ଭାଷାଭାଷୀ ଅଞ୍ଚଳର କ୍ଷତ୍ରୀୟ ରାଜାମାନେ ଗର୍ୱର ସହ ଶୁଦ୍ର ହେବାକୁ ଦାବି କରିଥିଲେ। ଭାରତୀୟ ଉପଦ୍ୱୀପର ଅଧିକାଂଶ ଭାଗରେ କେବଳ ଦୁଇଟି ଜାତି ବ୍ରାହ୍ମଣ ଓ ଶୁଦ୍ର ଥିଲେ। ଶୁଦ୍ରମାନେ ପ୍ରତିଷ୍ଠିତ ବିଶ୍ୱସ୍ତ ଗୋଷ୍ଠୀ ଏବଂ କୃଷକ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ। ଜମି ମାଲିକ ଓ ବ୍ୟବସାୟୀ ପରିବାରଗୁଡ଼ିକ ପ୍ରତିଷ୍ଠିତ ଶୁଦ୍ର ଗୋଷ୍ଠୀରେ ଥିଲେ। ସେମାନେ ସ୍କୁଲ ଗଲେ, ଅନ୍ୟମାନେ ଶିକ୍ଷାରୁ ବାହାରେ ରହିଲେ। ଏଣୁ ମାକୁଲେଙ୍କ ପୂର୍ୱରୁ ଭାରତରେ ସବୁଜାତିର ଲୋକଙ୍କ ପାଇଁ ଏକ ସମାନ ଓ ମୁକ୍ତ ଶିକ୍ଷା ବ୍ୟବସ୍ଥା ଥିଲା ବୋଲି ଯେଉଁ ଧାରଣା ରହିଛି, ତାହା ସତ ନୁହେଁ। ତେବେ ଅପବିତ୍ର, ଅଶୁଦ୍ଧ, ଅସ୍ପୃଶ୍ୟ ଜାତି ଓ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ପ୍ରତ୍ୟେକ ଭାରତର ଜନସଂଖ୍ୟାର ୧୦% ହୋଇଥିଲେ ମଧ୍ୟ ସେମାନଙ୍କ କଥା ଅକୁହା ରହିଯାଇଛି। ଭାରତର ଦୃଢ଼ ଜାତି ବ୍ୟବସ୍ଥା ସମ୍ପର୍କରେ ଶିକ୍ଷାବିତ୍‌ମାନେ କହିବାବେଳେ ଏହି ବର୍ଗଙ୍କ ବିଷୟରେ କ୍ୱଚିତ୍‌ କୁହାଯାଇଥାଏ।
ମାକୁଲେଙ୍କ ପରେ ଇଂଲିଶ୍‌ ଶିକ୍ଷା ଧୀରେ ଧୀରେ ଅନେକ ଜାତି ଓ ସମ୍ପ୍ରଦାୟଗୁଡ଼ିକ ପାଇଁ ଖୋଲାରହିଥିଲେ ମଧ୍ୟ ଅସମାନତା ଦୂର କରିପାରି ନ ଥିଲା। କିନ୍ତୁ ଏହା ଗତିଶୀଳତାର ନୂଆ ପଥ ଦେଖାଇଥିଲା। ସାଧାରଣ ପରିବାରର ପିଲାଟିଏ ବଂଶାନୁକ୍ରମିକ ସାମାଜିକ ଧାରାରୁ ବାହାରି ନୂଆ ଭାଷା ଭଲଭାବେ ଶିକ୍ଷାକରି ପ୍ରଶାସନରେ ପ୍ରବେଶ କରିପାରିଲା। ଏହି ପରିବର୍ତ୍ତନ ପ୍ରତିଷ୍ଠିତ ବର୍ଗଙ୍କ ମଧ୍ୟରେ କ୍ରୋଧର କାରଣ ପାଲଟିଲା। ତେବେ ଉପନିବେଶବାଦ୍‌ରେ ଥିବା ବ୍ୟବସ୍ଥାଗୁଡ଼ିକୁ ଠିକ୍‌ ଭାବେ ବୁଝିବା ଦରକାର। ଯଦି ଏହା ଆଞ୍ଚଳିକ ଭାଷାଗୁଡ଼ିକର ପୁନଃମୂଲ୍ୟାୟନ ଏବଂ ଉପେକ୍ଷିତ ଜ୍ଞାନକୁ ପୁନଃସ୍ଥାପିତ କରିବାକୁ ଉଦ୍ଦିଷ୍ଟ ତେବେ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ ଯଦି ଏହା ସାମାଜିକ ପରମ୍ପରା ନାମରେ ପଦାନୁକ୍ରମକୁ ପୁନଃସ୍ଥାପିତ କରେ ତେବେ ଶେଷ ହୋଇଯାଇଥିବା ବଂଶାନୁକ୍ରମିକ ସୁବିଧାର ପୁନଃପ୍ରାପ୍ତି ପାଇଁ ଏହା ଏକ ରାଜନୈତିକ ସାଧନ ହୋଇଯିବ। ଏବେ ଯେକେହି ପାରମ୍ପରିକ ରୀତିନୀତି ପ୍ରଥା ଉପରେ ପ୍ରଶ୍ନ ଉଠାଉଛନ୍ତି। ସେମାନଙ୍କୁ ଦେଶବିରୋଧୀ ଭାବେ ଅଭିଯୁକ୍ତ କରାଯାଉଛି। ସେହି ବ୍ୟକ୍ତିର ଗୁରୁତ୍ୱପୂର୍ଣ୍ଣ ବିଚାରକୁ ଅବଦମିତ କରିଦିଆଯାଉଛି। ମାକୁଲେ, ଇଂଲିଶ୍‌ ଏବଂ ଶିକ୍ଷାକୁ ନେଇ ଉଠୁଥିବା ବିତର୍କ କେବଳ ଉପନିବେଶବାଦ୍‌ ସମ୍ପର୍କିତ ନୁହେଁ, ବରଂ ସ୍ୱାଧୀନ ସମୀକ୍ଷା କିମ୍ୱା ଅତୀତର ବଂଶାନୁକ୍ରମିକ ଅଧିକାର ଦ୍ୱାରା ଗଠିତ ଏକ ଭବିଷ୍ୟତ ଭାରତ ଚାହଁୁଛି କି ନାହିଁ ତାହା ଉପରେ ପ୍ରଶ୍ନ ଉଠାଉଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri