ଏଫସିଆର୍‌ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…

ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍‌ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ଏଣିକି ଭାରତୀୟମାନେ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବାର ସୁଯୋଗ ଲାଭ କରିବେ। ପୂର୍ବରୁ ଏହି ସୀମା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା।

ଏକ ବିଜ୍ଞପ୍ତିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଯଦି ଏହି ପରିମାଣ ଅତିକ୍ରମ କରେ ତେବେ ବ୍ୟକ୍ତିବିଶେଷଙ୍କୁ ତିରିଶ ଦିନ ପରିର୍ତ୍ତେ ସରକାରଙ୍କୁ ଜଣାଇବାକୁ ୯୦ ଦିନ ସମୟ ମିଳିବ।

ଏକ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସୂଚିତ ଏହା କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦେଶୀ ଅଂଶଦାନ ନିୟମାବଳୀ ନିୟମ, ୨୦୧୧ ର ନିୟମ ୬ ରେ, ଏକ ଲକ୍ଷ ଟଙ୍କା ବଦଳରେ ଦଶ ଲକ୍ଷ ଟଙ୍କା ଏବଂ ତିରିଶ ଦିନ ପରିବର୍ତ୍ତେ ତିନିମାସ କରାଯାଇଛି।

ଏଫସିଆର୍‌ଏ ନିୟମ ୬ ସମ୍ପର୍କୀୟଙ୍କଠାରୁ ବିଦେଶୀ ଟଙ୍କା ଗ୍ରହଣ ସମ୍ବନ୍ଧୀୟ ସୂଚନା ସହିତ କାରବାର କରିଥାଏ। ଏହା ପୂର୍ବରୁ କୁହାଯାଇଥିଲା ଯେ କୌଣସି ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କଠାରୁ ଆର୍ଥିକ ବର୍ଷରେ ୧ ଲକ୍ଷ ଟଙ୍କା କିମ୍ବା ଏହାର ସମାନ ଆର୍ଥିକ ସହାୟତା ଗ୍ରହଣ କରପାରିିବେ। ଏହିପରି ଅବଦାନ ପ୍ରାପ୍ତ ହେବାର ୩୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ପାଣ୍ଠିର ବିବରଣୀ ଜଣାଇବାକୁ ପଡିବ।

ସେହିଭଳି ନିୟମ ୯ କୁ ପରିବର୍ତ୍ତନ କରାଯାଇଛି। ଏହା ଅଧୀନରେ ବ୍ୟକ୍ତିଗତ କିମ୍ବା ସଂଗଠନ କିମ୍ବା ଏନଜିଓଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେବାର ସମୟ ୪୫ ଦିନକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସମୟ ସୀମା ୩୦ ଦିନ ଥିଲା। ନିୟମ ୯ ପାଣ୍ଠି ଗ୍ରହଣ ପାଇଁ ଏଫସିଆର୍‌ଏ ଅଧୀନରେ ପଞ୍ଜୀକରଣ କିମ୍ବା ପୂର୍ବ ଅନୁମତି ପାଇବା ପାଇଁ ଆବେଦନ କାର୍ଯ୍ୟ ସମ୍ପର୍କରେ ସୂଚାଇଥାଏ।

କେନ୍ଦ୍ର ସରକାର ନିୟମ ୧୩-ବି ବ୍ୟବସ୍ଥାକୁ ମଧ୍ୟ ବାଦ ଦେଇଛନ୍ତି। ଯାହାକି ଦାତାମାନଙ୍କର ବିବରଣୀ, ପ୍ରାପ୍ତ ପରିମାଣ ଏବଂ ପ୍ରାପ୍ତ ତାରିଖ ଇତ୍ୟାଦି ସହିତ ବିଦେଶୀ ପାଣ୍ଠି ଘୋଷଣା କରିଥାଏ। ବର୍ତ୍ତମାନ, ଏଫସିଆର୍‌ଏ ଅଧୀନରେ ବିଦେଶୀ ପାଣ୍ଠି ଗ୍ରହଣ କରୁଥିବା ଯେକୌଣସି ବ୍ୟକ୍ତି ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ଆୟ ଏବଂ ବ୍ୟୟ ବିବରଣୀ, ରସିଦ ଏବଂ ଦେୟ ଆକାଉଣ୍ଟ ଏବଂ ବାଲାନ୍ସ ସିଟ ସହିତ ରସିଦ ଏବଂ ବିଦେଶୀ ଅବଦାନର ଉପଯୋଗ ଉପରେ ଆକାଉଣ୍ଟର ଏକ ଅଡିଟ ଷ୍ଟେଟମେଣ୍ଟ ବଜାୟ ରଖିବା ପାଇଁ ବିଦ୍ୟମାନ ବ୍ୟବସ୍ଥାକୁ ପାଳନ କରିବାକୁ ପଡିବ।
ଗୃହ ମନ୍ତ୍ରଣାଳୟ ନଭେମ୍ବର ୨୦୨୦ ରେ ଏଫସିଆର୍‌ଏ ନିୟମକୁ କଡାକଡି କରି ସ୍ପଷ୍ଟ କରିଥିଲେ ଯେ ଏନଜିଓଗୁଡ଼ିକ କୌଣସି ରାଜନୈତିକ ଦଳ ସହ ସିଧାସଳଖ ଜଡିତ ହେବେ ନାହିଁ। ଯଦି ବନ୍ଦ, ଷ୍ଟ୍ରାଇକ କିମ୍ବା ରୋଡ ଜାମ ଭଳି କାର୍ଯ୍ୟରେ ସେମାନେ ଅଂଶଗ୍ରହଣ କରନ୍ତି, ତେବେ ତେବେ ଏହାକୁ ରାଜନୈତିକ ପ୍ରକୃତି ବୋଲି ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri