Categories: ଜାତୀୟ

ବଦଳାଇ ଦେଲେ ମଧ୍ୟାହ୍ନଭୋଜନର ନାଁ

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ଜାତୀୟ ମଧ୍ୟାହ୍ନଭୋଜନ ଯୋଜନାର ନାମକୁ ବଦଳାଇ ପିଏମ୍‌ ପୋଷଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଏଣିକି ସ୍କୁଲଗୁଡ଼ିକରେ ବାଳ ବିକାଶ ଓ ପ୍ରି-ପ୍ରାାଇମେରି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ଏହି ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି।
ପିଏମ୍‌ ପୋଷଣ ଯୋଜନାରେ ଦେଶର ସମସ୍ତ ସରକାରୀ ଓ ସରକାରଙ୍କ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପ୍ରାଥମିକ ଶ୍ରେଣୀରୁ ରନ୍ଧାଖାଦ୍ୟ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ)ରେ ଏନେଇ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Share