ବଦଳିଲା ନିଷ୍ପତ୍ତି: ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୦।୮(ବ୍ୟୁରୋ): ବଦଳିଲା ନିଷ୍ପତ୍ତି। ସ୍ବାଧୀନତା ଦିବସରେ ଛାତ୍ରୀଛାତ୍ର ସାମିଲ ହେବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ୍‌ରେ ଛାତ୍ରୀଛାତ୍ର ସାମିଲ ହେବେନି ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ଏହାକୁ ଗ୍ରୀନ ସିଗ୍‌ନାଲ ମିଳିଛି। ଛାତ୍ରୀଛାତ୍ର ସାମିଲ ହୋଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ମହାମାରୀ କରୋନା ପାଇଁ ଗତ ୨ ବର୍ଷ ହେଲା ସ୍ବାଧୀନତା ଦିବସରେ ପିଲାମାନେ ସାମିଲ ହୋଇ ପାରୁ ନଥିଲେ। କେବଳ ଶିକ୍ଷକମାନେ ହିଁ ଉପସ୍ଥିତ ରହୁଥିଲେ। ହେଲେ ଏବେ ଛାତ୍ରୀଛାତ୍ର ସାମିଲ ସରକାର ନିଷ୍ପତ୍ତି ନେଇଛନ୍ତି।