Categories: ଜାତୀୟ

ଦଳକୁ ପ୍ରସ୍ତୁତ କରିବାକୁ ହେଲେ ନେତୃତ୍ୱ ପରିବର୍ତ୍ତନ ହେଉ

ଥିରୁଭାନନ୍ତପୁରମ୍‌,୧୮।୯: କଂଗ୍ରେସରେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ ପାଇଁ ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଶନିବାର ଦାବି ଉଠାଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ କେହି ମୁହଁ ଖୋଲୁନାହାନ୍ତି। ତେବେ ସେ ନିଜେ ଅଧ୍ୟକ୍ଷ ପଦରୁ ଓହରିଯିବାକୁ ଚାହାନ୍ତି। ସେଥିପାଇଁ ଯଥାଶୀଘ୍ର ନୂଆ ନେତା ବଛାଯିବା ଆବଶ୍ୟକ ବୋଲି ଥରୁର କହିଛନ୍ତି। ଯଦି ରାହୁଲ ଗାନ୍ଧୀ ନେତୃତ୍ୱ ନେବାକୁ ଚାହାନ୍ତି, ତେବେ ତାଙ୍କୁ ଶୀଘ୍ର ଅଧ୍ୟକ୍ଷ କରାଯାଉ। ଆଗାମୀ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ ହେଲେ ଏବେ ନେତୃତ୍ୱ ପରିବର୍ତ୍ତନ ହେବା ଜରୁରୀ ବୋଲି ଥରୁର ମତ ଦେଇଛନ୍ତି। ରାହୁଲ ଦଳର ନେତୃତ୍ୱ ନେବା ଲାଗି କଂଗ୍ରେସର ବିଭିନ୍ନ ସହଯୋଗୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି। ସୂଚନାଯୋଗ୍ୟ, ନେତୃତ୍ୱ ପରିବର୍ତ୍ତନ ପାଇଁ ଗତବର୍ଷ ସୋନିଆଙ୍କୁ ପତ୍ର ଲେଖିଥିବା ୨୩ କଂଗ୍ରେସ ନେତାଙ୍କ ମଧ୍ୟରେ ଥରୁର ଥିଲେ।

Share