Categories: ଜାତୀୟ

ଆହ୍ବାନ ସମୟରେ ପରିବର୍ତ୍ତନ ଲୋଡ଼ା…

ନୂଆଦିଲ୍ଲୀ,୧୮।୧୧: ପରିସ୍ଥିତି ଅନୁସାରେ ବଦଳିବାର ଜରୁରୀ। ବିଶେଷ ଭାବେ ଆହ୍ବାନ ମୂଳକ ସମୟରେ ପରିବର୍ତ୍ତନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଡ୍‌ନୀ ଡାଏଲଗ୍‌ରେ ଭାରତର ‘ପ୍ରାଦୌଗିକ ବିକାଶ ଏବଂ କ୍ରାନ୍ତି’ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ବିଷୟରେ ନିଜର ଦୃଷ୍ଟିକୋଣକୁ ବିଶ୍ୱ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ଯେ ୱାନ ନେଶନ, ୱାନ ରାଶନ କାର୍ଡ ଯୋଜନା ବେଶ୍‌ ସଫଳ ରହିଛି। ଏହାଦ୍ୱାରା ଭାରତର ଜନସାଧାରଣ ଉପକୃତ ହୋଇପାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଡନୀ ଡାଏଲଗ୍‌କୁ ସମ୍ବୋଧିତ କରିବା ସମ୍ମାନର କଥା ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ଭାରତରେ ଟେକ୍ନୋଲୋଜି ବିକାଶ ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖି କହିଛନ୍ତି। ଭାରତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଆମେ ସର୍ବସାଧାରଣ ସୂଚନା ଭିତ୍ତିଭୂମି ନିର୍ମାଣ କରୁଛୁ। ସେହିପରି ଡିଜିଟାଲୀକରଣ ସହିତ ସମତାଳରେ ଆମେ ୬୦ ହଜାର ଗାଁକୁ ଯୋଡ଼ିବା କାର୍ଯ୍ୟ ଜାରି ରଖିଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ତଥା ଡିଜିଟାଲ କ୍ଷେତ୍ରରେ ଭାରତ ସହଭାଗୀମାନଙ୍କ ସହ ପାରସ୍ପରିକ ସହଯୋଗ ଭିତିିରେ ସମୃଦ୍ଧତା ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ। ଆମର ଗଣତନ୍ତ୍ର, ଆମର ଜନସଂଖ୍ୟା ଏବଂ ଆମ ଅର୍ଥନୀତିରେ ଡିଜିଟାଲ କ୍ରାନ୍ତି ଆରମ୍ଭ ହୋଇଛି। ଏହା ଦ୍ୱାରା ଆମର ଯୁବବର୍ଗଙ୍କର ଉଦ୍ଭାବନ ଚିନ୍ତନ ଶକ୍ତି ଏବଂ ପ୍ରୟାସ ବେଶ୍‌ ଶକ୍ତିଶାଳୀ ହୋଇ ପାରିଛି।

ପ୍ରଧାନମନ୍ତ୍ରୀକହିଛନ୍ତି ଯେ ଆମର ଧ୍ୟାନ ସାଇବର ଟେକ୍ନୋଲୋଜି ଉପରେ ରହିଛି। ସେ କହିଛନ୍ତି ଯେ ଆମେ ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛୁ। ସେହିପରି ବିଗତ ବର୍ଷରେ ସାମୁଦ୍ରିକ ସୀମା ସମ୍ବନ୍ଧୀୟ ବିପଦ ମଧ୍ୟ ବୃଦ୍ଧି ପାଇଥିବା ସେ କହିଛନ୍ତି।

Share