Posted inଜାତୀୟ

ଆହ୍ବାନ ସମୟରେ ପରିବର୍ତ୍ତନ ଲୋଡ଼ା…

ନୂଆଦିଲ୍ଲୀ,୧୮।୧୧: ପରିସ୍ଥିତି ଅନୁସାରେ ବଦଳିବାର ଜରୁରୀ। ବିଶେଷ ଭାବେ ଆହ୍ବାନ ମୂଳକ ସମୟରେ ପରିବର୍ତ୍ତନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଡ୍‌ନୀ ଡାଏଲଗ୍‌ରେ ଭାରତର ‘ପ୍ରାଦୌଗିକ ବିକାଶ ଏବଂ କ୍ରାନ୍ତି’ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ବିଷୟରେ ନିଜର ଦୃଷ୍ଟିକୋଣକୁ ବିଶ୍ୱ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ଯେ ୱାନ ନେଶନ, ୱାନ ରାଶନ କାର୍ଡ ଯୋଜନା ବେଶ୍‌ ସଫଳ ରହିଛି। ଏହାଦ୍ୱାରା ଭାରତର ଜନସାଧାରଣ ଉପକୃତ ହୋଇପାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଡନୀ ଡାଏଲଗ୍‌କୁ ସମ୍ବୋଧିତ କରିବା ସମ୍ମାନର କଥା ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ଭାରତରେ ଟେକ୍ନୋଲୋଜି ବିକାଶ ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖି କହିଛନ୍ତି। ଭାରତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଆମେ ସର୍ବସାଧାରଣ ସୂଚନା ଭିତ୍ତିଭୂମି ନିର୍ମାଣ କରୁଛୁ। ସେହିପରି ଡିଜିଟାଲୀକରଣ ସହିତ ସମତାଳରେ ଆମେ ୬୦ ହଜାର ଗାଁକୁ ଯୋଡ଼ିବା କାର୍ଯ୍ୟ ଜାରି ରଖିଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ତଥା ଡିଜିଟାଲ କ୍ଷେତ୍ରରେ ଭାରତ ସହଭାଗୀମାନଙ୍କ ସହ ପାରସ୍ପରିକ ସହଯୋଗ ଭିତିିରେ ସମୃଦ୍ଧତା ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ। ଆମର ଗଣତନ୍ତ୍ର, ଆମର ଜନସଂଖ୍ୟା ଏବଂ ଆମ ଅର୍ଥନୀତିରେ ଡିଜିଟାଲ କ୍ରାନ୍ତି ଆରମ୍ଭ ହୋଇଛି। ଏହା ଦ୍ୱାରା ଆମର ଯୁବବର୍ଗଙ୍କର ଉଦ୍ଭାବନ ଚିନ୍ତନ ଶକ୍ତି ଏବଂ ପ୍ରୟାସ ବେଶ୍‌ ଶକ୍ତିଶାଳୀ ହୋଇ ପାରିଛି।

ପ୍ରଧାନମନ୍ତ୍ରୀକହିଛନ୍ତି ଯେ ଆମର ଧ୍ୟାନ ସାଇବର ଟେକ୍ନୋଲୋଜି ଉପରେ ରହିଛି। ସେ କହିଛନ୍ତି ଯେ ଆମେ ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛୁ। ସେହିପରି ବିଗତ ବର୍ଷରେ ସାମୁଦ୍ରିକ ସୀମା ସମ୍ବନ୍ଧୀୟ ବିପଦ ମଧ୍ୟ ବୃଦ୍ଧି ପାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri