Categories: ଜାତୀୟ

ଭବିଷ୍ୟତ ପାଇଁ ପରିବର୍ତ୍ତନ ଆବଶ୍ୟକ: ଡୋଭାଲ

ନୂଆଦିଲ୍ଲୀ,୨୧।୬: ଦେଶର ଅନେକ ରାଜ୍ୟରେ ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ଜୋରଦାର ବିରୋଧ କରାଯାଉଛି। ଏହାକୁ ନେଇ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ ମତ ରଖିଛନ୍ତି। ସେ କହିଛନ୍ତି, ଯୁଦ୍ଧ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଡକୁ ଆମେ ଅଗ୍ରସର ହେଉଛୁ। ଧୀରେ ଧୀରେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡକୁ ଯାଉଛୁ।
‘ଅଗ୍ନିପଥ’ ଯୋଜନା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଗତକାଲି ଆମେ କଣ କରୁଥିଲୁ, ତାହା ଜରୁରୀ ନୁହେଁ । ଯଦି ଆମକୁ ଆସନ୍ତାକାଲି ପାଇଁ ପ୍ରସ୍ତୁତ ହେବାକୁ ପଡିବ, ତେବେ ଆମକୁ ପରିବର୍ତ୍ତନ ମଧ୍ୟ କରିବାକୁ ପଡିବ। ଗତ ୮ ବର୍ଷ ମଧ୍ୟରେ ଅନେକ ଗଠନମୂଳକ ସଂସ୍କାର ହୋଇଛି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରୁନଥିଲା । ଆଜି ତାହା ସମାଧାନ ହୋଇଛି।

Share