ସ୍ଥିତିରେ ପରିବର୍ତ୍ତନ

୧୯୫୭ରେ ଜନସଂଘ ତା’ ଇସ୍ତାହାରରେ ଉଲ୍ଲେଖ କରିଥିଲା, ”ଯୌଥ ପରିବାର ଏବଂ ଅତୁଟ(ସ୍ଥାୟୀ) ବିବାହ ହିନ୍ଦୁ ସମାଜର ଆଧାର ହୋଇ ରହିଆସିଛି। ଏହି ଆଧାରକୁ ପରିବର୍ତ୍ତନ କରୁଥିବା ଆଇନ ଶେଷରେ ସମାଜର ଏକତାକୁ ଭାଙ୍ଗିଦେବ। ଏଣୁ ଜନସଂଘ ହିନ୍ଦୁ ବିବାହ ଓ ହିନ୍ଦୁ ଉତ୍ତରାଧିକାର ଆଇନକୁ ରଦ୍ଦ କରିବ“। ଜନସଂଘ/ ଭାଜପା ଛାଡ଼ପତ୍ରକୁ ବିରୋଧ ଏବଂ ଯୌଥ ପରିବାରକୁ ସମର୍ଥନ କରିବା ସହ ମହିଳାଙ୍କ ଅଧିକାର ବିରୋଧରେ ଠିଆ ହୋଇଥିଲା। ୧୯୫୦ ଦଶକରେ ବିଧେୟକ ଚିଠାରେ ଡ. ବି.ଆର୍‌. ଆମ୍ବେଡକର, ବିଶେଷକରି ମହିଳାଙ୍କ ଉତ୍ତରାଧିକାରକୁ ନେଇ ହିନ୍ଦୁ ବ୍ୟକ୍ତିଗତ ଆଇନରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ପୁରୁଣା ଉତ୍ତରାଧିକାର ଆଇନର ଦୁଇଟି ପ୍ରମୁଖ ପ୍ରାବଧାନକୁ ଚିହ୍ନଟ କରିଥିଲେ ଏବଂ ମହିଳାଙ୍କ ପାଇଁ ଉତ୍ତରାଧିକାରକୁ ସ୍ବଚ୍ଛ କରିବା ସକାଶେ ସେଥିରୁ ଗୋଟିଏକୁ ସଂଶୋଧନ କରିଥିଲେ। ୧୯୫୧ରେ ଜନସଂଘ ହିନ୍ଦୁ କୋଡ୍‌ ବିଲ୍‌ରେ ଏହି ପ୍ରସ୍ତାବକୁ ବିରୋଧ କରି କହିଥିଲା ଯେ, ସାମାଜିକ ସୁଧାର ଉପରସ୍ତରରୁ ହେବା ଉଚିତ ନୁହେଁ, ବରଂ ସମାଜରୁ ହେବା ଦରକାର। ୧୯୫୭ରେ ଜନସଂଘ କହିଥିଲା, ଏଭଳି ପରିବର୍ତ୍ତନଗୁଡ଼ିକ ଯଦିଓ ପ୍ରାଚୀନ ସଂସ୍କୃତିରେ ନାହିଁ ସେଥିପାଇଁ ଗ୍ରହଣୀୟ ନୁହେଁ। ବିବାହକୁ ଶାଶ୍ୱତ ବା ସ୍ବର୍ଗୀୟ ଭାବୁଥିବାରୁ ଏହା ଛାଡ଼ପତ୍ରକୁ ବିରୋଧ କରିଥିଲା। ତେବେ ସମାଜର ଭୌତିକ ତତ୍ତ୍ୱଗୁଡ଼ିକ ଛାଡ଼ପତ୍ର ପାଇଥିବା ମହିଳା ଓ ବିଧବା ପୁତ୍ରବଧୂଙ୍କୁ ସମ୍ପତ୍ତିର ଉତ୍ତରାଧିକାରୀ ହେବା ଲାଗି ଅନୁମତି ଦେଉ ନ ଥିଲା। ସମୟକ୍ରମେ ଏହି ସ୍ଥିତି ପରିବର୍ତ୍ତନ ହୋଇଥିଲା, କିନ୍ତୁ ପାର୍ଟି ଇସ୍ତାହାରରେ ଏହାର ସ୍ଥିତିକୁ କାହିଁକି ବାରମ୍ବାର ପରିବର୍ତ୍ତନ କରିଥିଲା ତାହା ସ୍ପଷ୍ଟ କରିନାହିଁ। ସମୟକ୍ରମେ ଭାରତୀୟ ସମାଜରେ ଛାଡ଼ପତ୍ର ଅଧିକ ଘଟିଲା ଏବଂ ସହରାଞ୍ଚଳରେ ଏପରି କି ଉଚ୍ଚଜାତି, ମଧ୍ୟବିତ୍ତ ପରିବାରଗୁଡ଼ିକ (ଯେଉଁଗୁଡ଼ିକ ଭାଜପାର ଆଧାର) ଧୀରେ ଧୀରେ ଅଧିକ ଅଣୁ ପରିବାର ହୋଇଗଲେ। ଫଳରେ ଯୌଥ ପରିବାର ପ୍ରତି ଥିବା ସମର୍ଥନର ସଂକଳ୍ପ ଭୁଶୁଡ଼ି ପଡ଼ିଲା। ଜନସଂଘ/ଭାଜପା ଅର୍ଥ ବ୍ୟବସ୍ଥା ଉପରେ ଏହାର ସମାଜବାଦୀ ନୀତିଗୁଡ଼ିକରୁ କିଭଳି ଦୂରେଇଯାଇଛି ତାହା ଆମେ ପୂର୍ବ ସପ୍ତାହରେ ଏହି ସ୍ତମ୍ଭରେ ଉଲ୍ଲେଖ କରିଥିଲେ। ସବୁ ଦଳ ସେମାନଙ୍କ ସ୍ଥିତିରେ ପରିବର୍ତ୍ତନ କରିବାର ଅଧିକାର ଅଛି। କିନ୍ତୁ ଦୃଷ୍ଟିକୋଣକୁ ବାହାରେ ଉପସ୍ଥାପିତ କରିବା ପରେ ସେଥିରୁ ପଛଘୁଞ୍ଚା ଦେବା ଓ ଇସ୍ତାହାରରୁ ହଟାଇଦେବା ଏବଂ ପୂର୍ବରୁ ଯାହାକୁ ବିରୋଧ କରିଥିଲା ସେସବୁ ବିଷୟ ଉପରେ ପୁନର୍ବାର କହିବାର କାରଣ ସାମ୍ନାକୁ ଆଣି ବୁଝାଇବା ଦରକାର। କିନ୍ତୁ ଦଳ ତାହା କରିବାକୁ ଚାହିଁନାହିଁ।
ପାର୍ଟି କହିଥିଲା, ହିନ୍ଦୁ ସମାଜରେ ଅସ୍ପୃଶ୍ୟତା ଓ ଜାତିବାଦ ଦୂର କରି ସମାନତା ଓ ଐକ୍ୟଭାବନା ସୃଷ୍ଟି କରିବ। କିନ୍ତୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ କଂଗ୍ରେସର ସଂରକ୍ଷଣ ନୀତିରେ ସଂଘ କାହିଁକି କିଛି ଯୋଡ଼ି ନ ଥିଲା(ଉଦାହରଣ ସ୍ବରୂପ, ଘରୋଇ କ୍ଷେତ୍ରରେ ଏହାକୁ ଲାଗୁକରି କିମ୍ବା ବଢ଼ାଇ ନ ଥିଲା) ତାହା କହିଲା ନାହିଁ। ସାମାଜିକ ସ୍ତରରେ, ପାର୍ଟି ସାରା ଦେଶରେ ମଦକୁ ନିଷେଧ କରିବାକୁ ଦାବି କରିଥିଲା। ସବୁ କ୍ଷେତ୍ରରେ ଇଂଲିଶ ବଦଳରେ ସ୍ଥାନୀୟ ଭାଷା ବିଶେଷକରି ହିନ୍ଦୀ ଲାଗୁ କରିବାକୁ ଚାହିଁଥିଲା। କୃଷି କ୍ଷେତ୍ରରେ ମଧ୍ୟ ଜନସଂଘ ମଧ୍ୟବିତ୍ତ ଶ୍ରେଣୀର ପାର୍ଟି ହେବାକୁ ଚାହିଁଥିବା ଦେଖାଯାଇଥିଲା। ଅଧିକ ଉତ୍ପାଦନ ପାଇଁ କଠିନ ପରିଶ୍ରମ ଦରକାର ବୋଲି କୃଷକଙ୍କ ମଧ୍ୟରେ ସଚେତନତା ଆଣିବା ସହ ସେମାନଙ୍କୁ ଉତ୍ସାହିତ କରିବା ସକାଶେ ଦେଶବ୍ୟାପୀ ଅଭିଯାନ ଚଳାଇବା ଲାଗି ତାହାର ପ୍ରଥମ ଇସ୍ତାହାରରେ ପ୍ରଥମ ବିନ୍ଦୁରେ ଆହ୍ବାନ ଦେଇଥିଲା। ହେଲେ ଏବେ ଭାରତୀୟ କୃଷକମାନେ ଅଧିକ କଠିନ ପରିଶ୍ରମ କରୁନାହାନ୍ତି ବୋଲି କହିବାକୁ ଭାଜପା ଜଣେ ମନ୍ତ୍ରୀଙ୍କୁ ଆଗକୁ ଛାଡ଼ିଛି।
ବୈଦେଶିକ ବ୍ୟାପାରରେ ଭାଜପା ସବୁଠୁ ଭଲ କାମକରିଛି ବୋଲି ନିକଟରେ କୁହାଯାଇଛି। ହେଲେ ଜନସଂଘର ନିର୍ଦ୍ଦିଷ୍ଟ ଭାବେ କୌଣସି ବୈଶ୍ୱିକ ରଣନୀତିକ ଦୃଷ୍ଟିକୋଣ ନ ଥିଲା। ଭାରତର ସ୍ଥିତିକୁ ନେଇ ଏହା କହିଥିଲା, ଯେଉଁମାନେ ଭାରତର ବନ୍ଧୁ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଉଚିତ ଏବଂ ଯେଉଁମାନେ ଶତ୍ରୁ ସେମାନଙ୍କ ପ୍ରତି କଠୋର ହେବା ଦରକାର। ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାନ ଦିଆଯିବା ଦରକାର ବୋଲି ଏହା ଚାହଁିଥିଲା, କିନ୍ତୁ ଭାରତକୁ ଏହା କାହିଁକି ମିଳିବ ଓ ଭାରତର ଭୂମିକା କ’ଣ ରହିବ ସେସମ୍ପର୍କରେ କିଛି ସୂଚିତ କରି ନ ଥିଲା। ସୁରକ୍ଷା ପରିଷଦରେ ପ୍ରବେଶ କରିବାର ବାଟ ବନ୍ଦ ହୋଇଯାଇଥିଲା। ତେବେ ଏ ବିଷୟରେ ଜନସଂଘ ଯାହା ଚିନ୍ତା କରିଥିଲା ତାହା ଆଗକୁ ଦୋହରାଇ ନାହିଁ। ୧୯୫୭ ଇସ୍ତାହାରରେ ପ୍ରଥମ କରି ପାକ୍ତିସ୍ତାନ -ପର୍ତ୍ତୁଗାଲ ମେଣ୍ଟରୁ ସୃଷ୍ଟି ବିପଦ ସମ୍ପର୍କରେ ଚେତାବନୀ ଦେଇଥିଲା। ପରେ ୧୯୬୨ ଇସ୍ତାହାରରେ ଏ ବିଷୟରେ କୌଣସି ସୂଚନା ଦେଇ ନ ଥିଲା, କିନ୍ତୁ ଚାଇନାଠାରୁ ଯୁଦ୍ଧରେ ଭାରତର ପରାଜୟକୁ ନେଇ ନେହେରୁଙ୍କୁ ସମାଲୋଚନା କରିଥିଲା। ୧୯୭୨ ଇସ୍ତାହାରରେ, ବାଂଲାଦେଶ ଯୁଦ୍ଧ ସମ୍ପର୍କରେ କିଛି ଲେଖାଯାଇ ନ ଥିଲା। ଏହା ବ୍ୟତୀତ ସବୁ ବାଳକ ଓ ବାଳିକାଙ୍କ ପାଇଁ ବାଧ୍ୟତାମୂଳକ ସାମରିକ ପ୍ରଶିକ୍ଷଣ, ମୁଜେଲ ଲୋଡିଂ ଗନ୍‌ (ଅଷ୍ଟାଦଶ ଶତାବ୍ଦୀର ବନ୍ଧୁକ) ଲାଇସେନ୍ସ ରଦ୍ଦ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)କୁ ବ୍ୟାପକ କରିବା ଏବଂ ଆଣବିକ ଅସ୍ତ୍ର ଉତ୍ପାଦନ ଭଳି ଦାବିରୁ ପାର୍ଟିର ପ୍ରତିରକ୍ଷା ନୀତି ବିଚାର ସାମ୍ନାକୁ ଆସିଥିଲା। ଇସ୍ତାହାରରେ ଏଭଳି ଅନେକ ବିଷୟ ଥିଲା, ଯାହା ସୁସଙ୍ଗତ କିମ୍ବା ସ୍ପଷ୍ଟ ନ ଥିଲା।
୨୦୨୫ରେ ଏହିସବୁ ବିଷୟକୁ ପୁଣି ଉତ୍‌ଥାପନ କରିବାର କାରଣ ସମ୍ପର୍କରେ ପାଠକମାନେ ପଚାରିବା ଯୁକ୍ତିଯୁକ୍ତ। ଦେଶରେ ଭାଜପା ସବୁଠୁ ବଡ଼ ଓ ସବୁଠୁ ପ୍ରାଧାନ୍ୟବିସ୍ତାର କରିଥିବା ଦଳ ହୋଇଥିବାରୁ ପୁନର୍ବାର ବିଷୟଗୁଡ଼ିକୁ ଉଠାଉଛି। ଦଳ ଯାହା ଚାହଁୁଛି ଶେଷରେ ତାହାହିଁ କରୁଛି। ପାର୍ଟିର ନିଜସ୍ବ ସମ୍ବିଧାନ କହେ, ସମାଜବାଦ ଓ ଧର୍ମ ନିରପେକ୍ଷବାଦ ପ୍ରତି ଏହାର ପ୍ରକୃତ ଶ୍ରଦ୍ଧା ଓ ବିଶ୍ୱାସ ରହିବ। ଆଇନ ଦ୍ୱାରା ଅନ୍ୟ ଦଳଗୁଡ଼ିକ ଏହା କରିବା ପୂର୍ବରୁ ଜନସଂଘ ପ୍ରଥମେ ଏଭଳି ଚିନ୍ତାଧାରାକୁ ସାମ୍ନାକୁ ଆଣିଥିଲା। ଏବେ ଭାଜପା ସମ୍ବିଧାନରୁ ଏହିସବୁ ଶବ୍ଦକୁ ହଟାଇଦେବା ଲାଗି କହୁଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ପାର୍ଟିକୁ ତା’ ନିଜ ଶବ୍ଦଗୁଡ଼ିକୁ ପଢ଼ି ଶୁଣାଇବା ଦରକାର। ଏପରି କି ପାର୍ଟି ନିଜର ସ୍ଥିତି ଓ କରିଥିବା ଅସଂଖ୍ୟ ପରିବର୍ତ୍ତନ ସମ୍ପର୍କରେ ତା’ ଭୋଟର ଏବଂ ଏହି ଦେଶର ନାଗରିକଙ୍କୁ ବୁଝାଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri