ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତ୍ତନ

ପୁରୀ ଅଫିସ,୨୨।୮: ପୁରୀ ଜିଲା ଅର୍ଥନୀତିର ପ୍ରମୁଖ ଭାଗ କୃଷି ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ଚାଷକରି ଗୁଜରାଣ ମେଣ୍ଟାଇଥାଆନ୍ତି। ଏଭଳି ସ୍ଥଳେ ଚାଷଜମିର କିସମ ପରିବର୍ତ୍ତନ ଚାଷୀକୁଳ ପାଇଁ ସମସ୍ୟା ପାଲଟିଛି। ପୁରୀ ଜିଲାର ଅଧିକାଂଶ ସ୍ଥାନରେ ଚାଷଜମିର କିସମ ପରିବର୍ତ୍ତନ କରାଯାଉଥିବାରୁ କୃଷି ବ୍ୟାପକ ଭାବେ ପ୍ରଭାବିତ ହେଉଛି।
ଠିକାଦାର ଏବଂ ଜମି ଦଲାଲମାନେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସଂଶ୍ଳିଷ୍ଟ ଜମିକୁ ଛାଡ଼ି ଗ୍ରାମାଞ୍ଚଳମୁହାଁ ହୋଇଛନ୍ତି। ସେମାନେ ଜମି କିଣି ନେଇ ଘରବାରି କିସମ ଲାଗି ତହସିଲ କାର୍ଯ୍ୟାଳୟରେ ଆବେଦନ କରୁଛନ୍ତି। ଜମି ଘରବାରି କିସମରେ ପରିଣତ ହେବା ପରେ ସଂପୃକ୍ତ ଜମିକୁ ମାଟି ପକାଇ ପୋତାଯାଉଛି। ସେହି ସ୍ଥାନଟି ଉଚ୍ଚା ହୋଇଯିବା ପରେ ତାହାକୁ ଲାଗିରହିିଥିବା ଚାଷଜମି ଆପେ ଆପେ ଖାଲୁଆ ହୋଇଯାଉଛି। ବର୍ଷା କିମ୍ବା ବନ୍ୟା ସମୟରେ ସେହି ସ୍ଥାନରେ ପାଣି ଜମୁଛି। ଫଳରେ ଚାଷୀ ସଂପୃକ୍ତ ଜମିରେ ଚାଷ କରିପାରୁନାହିଁ। ବିଶେଷକରି ପୁରୀ ସଦର ଓ ପିପିଲି ତହସିଲ ଅଧୀନରେ ଥିବା ସ୍ଥାନଗୁଡ଼ିକର କିସମ ପରିବର୍ତ୍ତନ କରାଯାଉଛି। ପୁରୀ ସହର ସଦର ଓ ଭୁବନେଶ୍ୱର ଆଡ଼କୁ ବଢ଼ିବାରେ ଲାଗିଛି। ଏଣୁ ଟାଉନ୍‌ ପ୍ଲାନିଂ ଆଧାରରେ କିସମ ପରିବର୍ତ୍ତନ ଅନୁମତି ଦିଆଯାଉଛି। ଜନବସତି ଲାଗି କିସମ ପରିବର୍ତ୍ତନ ଏକ ଆବଶ୍ୟକତା। ତେବେ ଏହା କେବଳ ମୁଖ୍ୟରାସ୍ତା ସଂଲଗ୍ନ ଜମିଜମା ପାଇଁ ଉଦ୍ଦିଷ୍ଟ ହେବା ଦରକାର। ଏହାକୁ ଲାଗିରହିଥିବା ଗ୍ରାମାଞ୍ଚଳ ଓ ଟାଉନ ପ୍ଲାନିଂରେ ନ ଥିବା ଅଞ୍ଚଳରେ କେହି ଜମି କିଣିଲେ ତାଙ୍କୁ କିସମ ପରିବର୍ତ୍ତନ ସକାଶେ ଅନୁମତି ମିଳିବା ଉଚିତ୍‌ ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଗ୍ରାମାଞ୍ଚଳ ଜମିର କିସମ ପରିବର୍ତ୍ତନର ମାତ୍ରା ବଢ଼ିଛି। ଠିକାଦାର ଓ ଜମି ଦଲାଲମାନେ ଗାଁ ଗାଁ ବୁଲି ଜମି କିଣିି ନେଉଛନ୍ତି ଓ ତାହାର କିସମ ପରିବର୍ତ୍ତନ କରୁଛନ୍ତି। କେବଳ ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ଅଞ୍ଚଳରେ ଜମିର କିସମ ପରିବର୍ତ୍ତନ ପାଇଁ ୧୨ଶହରୁ ଊର୍ଦ୍ଧ୍ୱ ଆବେଦନ ହୋଇଛି। ଅନ୍ୟପକ୍ଷରେ ଚାଷୀମାନେ ଏନେଇ ଅଭିଯୋଗ କରୁଛନ୍ତି। ପିପିଲି ତହସିଲ ଅଧୀନ ଭୋଗପାଟଳୀ ମୌଜାର ଖାତା ନମ୍ବର-୧୧୦/୮୩, ଚକ ନଂ-୮୫, ପ୍ଲଟ୍‌ ନଂ- ୧୦୭ ଏକ ଚାଷଜମି। ଏହି ଜମିର କିସମ ପରିବର୍ତ୍ତନ ପାଇଁ ଆବେଦନ କରାଯାଇଛି। କିସମ ପରିବର୍ତ୍ତନ ଅନୁମୋଦିତ ହେଲେ ସମ୍ପୃକ୍ତ ସ୍ଥାନରେ ମାଟି ପୋତି ପ୍ଲଟିଂ କରାଯିବ। ଫଳରେ ଆମ୍ଭମାନଙ୍କ ଜମିରୁ ଜଳ ନିଷ୍କାସନ ହୋଇପାରିବ ନାହିଁ ଓ ଚାଷକାର୍ଯ୍ୟ ପ୍ରଭାବିତ ହେବ। ଏଣୁ ସମ୍ପୃକ୍ତ ଜମିର କିସମ ପରିବର୍ତ୍ତନ ଲାଗି ଅନୁମତି ନ ଦେବାକୁ ଚାଷୀ ପଠାଣି ବରାଳ ସ୍ଥାନୀୟ ସର୍କଲ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ନିବେଦନ କରିଛନ୍ତି। ବିଭିନ୍ନ ତହସିଲ ଅଫିସ୍‌ରେ ଏଭଳି ଅଭିଯୋଗ ପଡ଼ିରହିଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଠିକ ଭାବେ ଯାଞ୍ଚ ବିନା କିସମ ପରିବର୍ତ୍ତନ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଅଭିଯୋଗ କରିଛନ୍ତି। ରାଜସ୍ବ ନିରୀକ୍ଷକ ଏଲ୍‌. ମିଶ୍ର କହିଛନ୍ତି, କିସମ ପରିବର୍ତ୍ତନ ପାଇଁ କେତେକ ନିର୍ଦ୍ଦେଶନାମା ବା ଗାଇଡ୍‌ଲାଇନ ରହିଛି। ସେହି ନିର୍ଦ୍ଦେଶନାମା ବା ଗାଇଡ୍‌ଲାଇନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥାଏ। ତେବେ ପ୍ଲଟିଂ କରୁଥିବା ଲୋକେ ଜଳ ନିଷ୍କାସନ ଲାଗି ରାସ୍ତା କିମ୍ବା ଡ୍ରେନେଜ୍‌ ବ୍ୟବସ୍ଥା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri