Categories: ଜାତୀୟ

ଲ୍ୟାଣ୍ଡର ଇମେଜର କ୍ୟାମେରାରେ ଚନ୍ଦ୍ର ଓ ପୃଥିବୀର ଫଟୋ ପଠାଇଲା ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୧୦।୮: ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରାୟନ-୩। ଚନ୍ଦ୍ରର କକ୍ଷପଥରେ ପହଞ୍ଚିସାରିଛି ଚନ୍ଦ୍ରାୟନ। ତେବେ ଚନ୍ଦ୍ରଯାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଏବଂ ଚନ୍ଦ୍ରର ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ପୂର୍ବ ଟ୍ବିଟର୍‌) ହ୍ୟାଣ୍ଡେଲରେ ଶୟାର କରିଛି। ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିବାର ଗୋଟିଏ ଦିନ ପରେ ଚନ୍ଦ୍ରୟାନ ୩ ଏହି ଫଟୋକୁ ଲ୍ୟାଣ୍ଡର ହୋରିଜୋଣ୍ଟାଲ ଭେଲୋସିଟି (ଏଲଭିସି) କ୍ୟାମେରାରୁ କଏଦ କରିଛି।

ଇସ୍ରୋ ଟ୍ବିଟ୍‌ କରି ସୂଚନା ଦେଇଛି ଯେ, ବୁଧବାର ଚନ୍ଦ୍ରୟାନ ୩ ଚନ୍ଦ୍ର ଆହୁରି ନିକଟତର ହୋଇଛି। ଚନ୍ଦ୍ରଯାନକୁ ୧୪୭କିମି x ୧୪୩୭କିମି ର ବାଟ ଅତିକ୍ରମ କରବାର ବାକି ଅଛି। ଅଗଷ୍ଟ ୧୪ ତାରିଖ ୧୧.୩୦ରୁ ୧୨.୩୦ ଚନ୍ଦ୍ରଯାନ ପାଇଁ ଆଉ ଏକ ଘଡିସନ୍ଧି ମୁହୁର୍ତ୍ତ।

Share