Categories: ଜାତୀୟ

ଚନ୍ଦ୍ରମାରେ ଖେଳିଲା ରୋଭର ପ୍ରଜ୍ଞାନ, ଲ୍ୟାଣ୍ଡର ବିକ୍ରମ ଏମିତି ରେକର୍ଡ କଲା ଭିଡିଓ

ବେଙ୍ଗାଲୁରୁ,୩୧।୮: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବା ପରଠାରୁ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ପ୍ରତିଦିନ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଳିଆ ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ଇସ୍ରୋକୁ ପଠାଇଛନ୍ତ। ଏହି ଭିଡିଓରେ, ରୋଭର ଏକ ସୁରକ୍ଷିତ ମାର୍ଗ ସନ୍ଧାନରେ ୩୬୦ ଡିଗ୍ରୀ ଘୂର୍ଣ୍ଣନ କରୁଥିବା ଦେଖାଯାଉଛି, ଯାହା ଚନ୍ଦ୍ର ପୃଷ୍ଠରେ ନାଚୁଥିବା ପରି ଦେଖାଯାଉଛି।
ଏହି ଭିଡିଓ ସେୟାର କରିବାବେଳେ ଇସ୍ରୋ ପକ୍ଷରୁ ଟୁଇଟ କରି କୁହାଯାଇଛିି, ଲ୍ୟାଣ୍ଡର୍‌ ବିକ୍ରମ ରୋଭର ପ୍ରଜ୍ଞାନଙ୍କ ସୁରକ୍ଷିତ ପଥ ଆଡକୁ ଘୂର୍ଣ୍ଣନ କରୁଥିବା ଭିଡିଓ ରେକର୍ଡ କରିଛନ୍ତି। ଏହି ଭିଡିଓରେ ଲାଗୁଛି ଯେ ଜହ୍ନମାମୁଙ୍କ ପ୍ରାଙ୍ଗଣରେ ଜଣେ ପିଲା ଖେଳୁଛନ୍ତି ଏବଂ ତାଙ୍କ ମା ତାଙ୍କୁ ସ୍ନେହରେ ଖେଳୁଥିବାର ଦେଖୁଛନ୍ତ।

Share