Categories: ଜାତୀୟ

କେବେ ଲଞ୍ଚ ହେବ ଚନ୍ଦ୍ରାୟନ -୩? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୫: ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟନ -3 ଲଞ୍ଚ ହେବ। ଏନେଇ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ମୁଖ୍ୟ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ମହାକାଶ କ୍ଷେତ୍ରରେ ଏହା ଭାରତର ଆଉ ଏକ ବଡ଼ ସଫଳତା ହେବ ବୋଲି ସେ କହିଛନ୍ତି। ଇସ୍ରୋ ବୈଜ୍ଞାନିକମାନେ ସୋମବାର ଜିଓଷ୍ଟେସନାରୀ ସାଟେଲାଇଟ ଲଞ୍ଚ ଯାନ (ଜିଏସ୍‌ଏଲ୍‌ଭି) ମାଧ୍ୟମରେ ଏକ ନାଭିଗେଶନ ଉପଗ୍ରହ ‘ନାଭିକ’ ଏନ୍‌ଭିଏସ୍‌-୧ ଉତକ୍ଷେପଣ କରିଛନ୍ତି। ଏନ୍‌ଭିଏସ୍‌-୧ ଦେଶର ଆଞ୍ଚଳିକ ନାଭିଗେଶନ ସିଷ୍ଟମକୁ ମଜବୁତ କରିବ ଏବଂ ପରିବହନ ସେବା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି ।

Share