Categories: ଜାତୀୟ

ଇସ୍ରୋ ପ୍ରକାଶ କଲା ମିଶନ୍‌ ଚନ୍ଦ୍ରାୟାନ-୨’ର ପ୍ରାରମ୍ଭିକ ତଥ୍ୟ

ବେଙ୍ଗାଲୁରୁ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ‘ଚନ୍ଦ୍ରାୟାନ-୨’ ମିଶନ୍‌ର ପ୍ରାରମ୍ଭିକ ତଥ୍ୟ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଗତବର୍ଷ ଜୁଲାଇ ୨୨ ତାରିଖରେ ଲଞ୍ଚ କରାଯାଇଥିଲା। ଅଗଷ୍ଟ ୨୦ରେ ଚନ୍ଦ୍ରର କକ୍ଷ ପଥରେ ପ୍ରଦେଶ କରିଥିଲା ଚନ୍ଦ୍ରାୟାନ-୨ ମହାକାଶଯାନ। ଯୋଜନ ଅନୁଯାୟୀ, ଚନ୍ଦ୍ର ପୃଷ୍ଠରେ ରହି ପୋଲାର ଗ୍ଲୋବାଲ ମ୍ୟାପିଂ କରୁଛି।

ପୋଲାରରୁ ବିସ୍ତୃତ ତଥ୍ୟ ପଠାଉଛି ଅର୍ବିଟର। ପୋଲାରରେ ବରଫ ଆକାରରେ ଜଳ ଉପସ୍ଥିତ ଥିବା ପ୍ରମାଣ ମିଳିଛି। ଏକ୍ସ-ରେ ଏବଂ ଇନଫାରେଡ୍‌ ସ୍ପେକ୍ଟରୋସ୍କୋପି ସହାୟତାରେ ମିଳୁଛି ଖଣିଜର ସୂଚନା।

Share