Categories: ଖେଳ

ଚନ୍ଦ୍ରଶେଖରପୁର ୟୁଥ୍‌ ବିଜୟୀ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଚନ୍ଦ୍ରଶେଖରପୁର ୟୁଥ୍‌ ଆସୋସିଏଶନ ବିଜୟୀ ହୋଇଛି। ଜୟ ପଟ୍ଟନାୟକଙ୍କ ଗୋଲ ବଳରେ ୟୁଥ୍‌ ଆସୋସିଏଶନ ୧-୦ରେ ମଦର୍ସ ଫୁଟବଲ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୪ର୍ଥ ମିନିଟରେ ବିଜୟୀ ଦଳ ପକ୍ଷରୁ ଜୟ ପଟ୍ଟନାୟକ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା।

ମଦର୍ସ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗୋଲଟି ପରିଶୋଧ କରିପାରି ନ ଥିଲା। ଆୟୋଜକ ଆସୋସିଏଶନର ଫୁଟବଲ ସମ୍ପାଦକ ଦିଲୀପ ଦାସ ଉପସ୍ଥିତ ରହି ଜୟ ପଟ୍ଟନାୟକଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ସକାଓ୍ବତ ଖାଁ। ତାଙ୍କୁ ଲାଇନ୍‌ରେ ସହାୟତା କରିଥିଲେ ବିଜୟ କୁମାର ମଙ୍ଗରାଜ ଓ ସାଫିକ୍ୱିଲ୍‌ ଖାଁ, ଚତୁର୍ଥ ରେଫରି ଥିଲେ ଶିବ ଦେହୁରୀ। ଏହି ମ୍ୟାଚ ପରେ ଗ୍ରୁପ୍‌ ‘ବି’ରେ ଚନ୍ଦ୍ରଶେଖରପୁର ଆସୋସିଏଶନ ଓ କଳିଙ୍ଗ ସ୍ପୋର୍ଟିଂ ୩ ପଏଣ୍ଟ ଲେଖାଏ ପାଇଛନ୍ତି। ୟୁନାଇଟେଡ ୟୁଥ୍‌ ସ୍ପୋଟର୍‌ସ କ୍ଲବ ୨ ପଏଣ୍ଟ ପାଇଛି। ଗୁରୁବାର ଝାରପଡ଼ା ଫୁଟବଲ କ୍ଲବ ଓ କିଟ୍‌ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

 

 

Share