ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଏଥିଲାଗି ୫ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ସିଟି ଡିଏସପି ସହ ୬ ଆଇଆଇସି ମୁତୟନ ରହିବେ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।
ସୂଚନାନୁଯାୟୀ, ମହାପ୍ରଭୁଙ୍କ ଏହି ଯାତ୍ରା ୪୨ ଦିନ ଚାଲିଥାଏ । ତେବେ ଦୀର୍ଘ ୨ ବର୍ଷ ପରେ ଚନ୍ଦନଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ନେଇ ସୂଚନା ମଧ୍ୟ ମିଳିଛି ।ଯାହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି।