Posted inଜାତୀୟ

୫୨ ଦିନ ପରେ ଜେଲରୁ ବାହାରିଲେ ଚନ୍ଦ୍ରାବାବୁ…

ହାଇଦ୍ରାବାଦ,୩୧।୧୦ : କୌଶଳ ବିକାଶ ସ୍କାମ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରାବାବୁ ନାଇଡୁ ମଙ୍ଗଳବାର ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ସେ ଜେଲରୁ ବାହାରିବା ମାତ୍ରେ ସେ କହିଛନ୍ତି ମୁଁ ଲୋକଙ୍କ ଏହି ସ୍ନେହକୁ କେବେବି ଭୁଲି ପାରିବି ନାହିଁ।

ନାଇଡୁଙ୍କ ସମର୍ଥକମାନେ ତାଙ୍କ ଜାମିନ ପାଇବା ପାଇଁ ଜେଲ ବାହାରେ ଏକାଠି ହୋଇଥିଲେ। ନାତି ନାରା ଦେବନ୍ସ ମଧ୍ୟ ତାଙ୍କ ଜେଜେବାପାଙ୍କୁ ଭେଟିବାକୁ ଆସିଥିଲେ। ନାଇଡୁ ରାଜହମୁଣ୍ଡ୍ରି ଜେଲରୁ ୫୨ ଦିନ ପରେ ବାହାରିବା ମାତ୍ରେ ନାତିଙ୍କୁ ଆଲିଙ୍ଗନ କରିଥିଲେ।

ସ୍ବାସ୍ଥ୍ୟଗତ କାରଣରୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସୋମବାର କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁଙ୍କୁ ୨୮ଭେମ୍ବର ପର୍ଯ୍ୟନ୍ତ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

୨୮ ନଭେମ୍ବରରେ ନାଇଡୁଙ୍କୁ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ କୋର୍ଟ ନାଇଡୁଙ୍କୁ ଡାକ୍ତରଖାନାରେ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଲିପ୍ତ ନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫୋନରେ କଥାବାର୍ତ୍ତା ନ କରିବାକୁ ଏବଂ କୌଣସି ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ ନ କରିବାକୁ କିମ୍ବା ଗଣମାଧ୍ୟମ ସହିତ କଥାବାର୍ତ୍ତା ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି।…

ରାଗ କେମିତି ନିୟନ୍ତ୍ରଣ କରିବି ଜାଣିପାରୁନାହିଁ…ସଂସଦରେ ଭାବପ୍ରବଣ ହୋଇପଡ଼ିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଆଜି ଲୋକ ସଭାର ଦୃଶ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Supplementary Demands…

କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କଲେ ଶିବକୁମାର

ବେଙ୍ଗାଲୁରୁ,୧୩।୩: ଓଡ଼ିଶା କଂଗ୍ରେସର ୮ଜଣ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କରିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଏହି ଅବସରରେ ଶିବକୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, ଘୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri