Posted inଜାତୀୟ

କାନ୍ଦି କାନ୍ଦି ବିଧାନସଭା ଛାଡିଥିଲେ, କହିଥିଲେ ମୁଖ୍ୟମନ୍ତ୍ରୀ ହେଲେ ଆସିବି

ନୂଆଦିଲ୍ଲୀ,୨୧।୬: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ୧୪୪ଟି ଜିତିଛି। ଏହି ୧୪୪ଟି ମଧ୍ୟରୁ ୧୩୫ଟି ଆସନ କେବଳ ଟିଡିପି ଖାତାକୁ ଯାଇଥିବାବେଳେ ୮ଟି ଆସନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ୨୧ଟି ଜନସେନା ପାଖକୁ ଯାଇଛି। ଏହି ତିନୋଟି ଦଳ NDA ର ଅଂଶ। ରାଜ୍ୟର ଶାସକ ଦଳ YSR କଂଗ୍ରେସ ମାତ୍ର ୧୧ଟି ଆସନ ଜିତିଛି।

ଚନ୍ଦ୍ରବାବୁ ନାଇଡୁ ଜୁନ ୯ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରଛନ୍ତି। ନଭେମ୍ବର ୧୯, ୨୦୨୧ରେ ସେ ବିଧାନସଭାରୁ କାନ୍ଦିକାନ୍ଦି ବାହାରକୁ ଆସିଥିଲେ। ଆଉ ସେହି ସମୟେ ଶପଥ ନେଇଥିଲେ କି, ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନ ହୋଇଛନ୍ତି ସେ ଗୃହରେ ପାଦ ରଖିବେ ନାହିଁ। ଏହାପରେ ସେ ଆଉ କେବେ ବି ବିଧାନସଭାର ମାଟି ବି ମାଡି ନ ଥିଲେ।

ହେଲେ ପୁଣି ୩୧ ମାସ ପରେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ଫେରିଛନ୍ତି ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ । ଯାହା କହିଥିଲେ ସେହି ଅବତାରରେ ବିଧାନସଭାକୁ ଫେରିଛନ୍ତି ନାଇଡୁ । ୨୦୨୧ ନଭେମ୍ବର ୨୧ ତାରିଖରେ ବିଧାନସଭାରୁ ରାଗିକି ଫେରି ଯାଇଥିଲେ। କେବଳ ମୁଖ୍ୟମନ୍ତ୍ରୀ ଭାବେ ସେ ବିଧାନସଭାକୁ ଫେରିବେ ବୋଲି କହିଥିଲେ । ଆଉ ସତକୁ ସତ ଏଥର ତାଙ୍କ ଦଳ, ବିପୁଳ ବିଜୟ ହାସଲ କରିଥିବା ବେଳେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ବିଧାନସଭାକୁ ଫେରିଛନ୍ତି ସେ ।

୨୦୨୧ ନଭେମ୍ବର ୧୯ ତାରିଖରେ ମହିଳା ସଶକ୍ତିକରଣ ଉପରେ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ YSR କଂଗ୍ରେସ ପାର୍ଟିର କିଛି ବିଧାୟକ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ତ୍ରୀଙ୍କ ଉପରେ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏଭଳି ମନ୍ତବ୍ୟ ନ ଦେବାକୁ ଗୃହ ମଧ୍ୟରେ ହାତଯୋଡ଼ି କାନ୍ଦି କାନ୍ଦି ଅନୁରୋଧ କରିଥିଲେ ନାଇଡୁ । କିନ୍ତୁ YSR କଂଗ୍ରେସ ପାର୍ଟିର ବିଧାୟକମାନେ ତାହା ଶୁଣି ନ ଥିଲେ । ଯେଉଁଥିପାଇଁ କାନ୍ଦି କାନ୍ଦି ଗୃହ ଛାଡ଼ିଥିଲେ ସେ । ଆଉ ଯିବା ବେଳେ କହିଥିଲେ, ଯଦି କେବେ ବିଧାନସଭାକୁ ସେ ଫେରିବେ, କେବଳ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ । ଆଉ ସତକୁ ସତ ସେୟା ହୋଇଛି । ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏଥର ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୧୩୫ ଆସନ ହାସଲ କରିଥିବା ବେଳେ ସହଯୋଗୀ ଜନସେନାକୁ ୨୧ ଏବଂ ବିଜେପିକୁ ୮ଟି ଆସନ ମିଳିଛି । ଶୁକ୍ରବାର ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?