Posted inଜାତୀୟ

ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ

ଅମରାବତୀ,୨୬ା୭:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଜଗନ୍‌ ମୋହନ ରେଡ୍ଡୀଙ୍କୁ କଲମ୍ବିଆର ଡ୍ରଗ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରିଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଅବସରରେ ଚନ୍ଦ୍ରବାବୁ କହିଛନ୍ତି, ସେ ଦେଶର ଜଣେ ବରିଷ୍ଠ ରାଜନେତା। ତେବେ ଜଗନ୍‌ଙ୍କ ଶାସନ ସମୟରେ ଯେଭଳି ସ୍ଥିତି ଉପୁଜିଥିଲା ତାହା ସେ ପୂର୍ବରୁ କେବେ ଦେଖି ନ ଥିଲେ। ତେଣୁ ତାଙ୍କୁ କେବଳ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରାଯାଇପାରେ। ଚନ୍ଦ୍ରବାବୁ କହିଛନ୍ତି, ପାବ୍‌ଲୋ କଲମ୍ବିଆର ଜଣେ ନାର୍କୋଟେରୋରିଷ୍ଟ ତଥା ରାଜନେତା ଭାବେ ଜଣାଶୁଣା। ସେ ରାଜନେତା ପାଲଟିବା ପରେ ଡ୍ରଗ୍ସ ବିକ୍ରି କରି ଏହାର ଏକ ସଂଘ ଗଢ଼ିଥିଲେ। ସେ ଏକଦା ୩୦ ବିଲିୟନ ଡଲାର ଅର୍ଜନ କରିଥିଲେ, ଯାହାର ମୂଲ୍ୟ ଏବେ ୯୦ ବିଲିୟନ ଡଲାର ହେବ। ପାବ୍‌ଲୋଙ୍କୁ ୧୯୭୬ରେ ଗିରଫ କରାଯାଇଥିଲା। ୧୯୮୦ରେ ସେ ବିଶ୍ୱର ସବୁଠାରୁ ଧନୀ ଡ୍ରଗ୍‌ ଲର୍ଡ ହୋଇଯାଇଥିଲେ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜଗନ୍‌ମୋହନ ରେଡ୍ଡୀଙ୍କୁ ଉପଲକ୍ଷ୍ୟ କରି ଚନ୍ଦ୍ରବାବୁ କହିଛନ୍ତି, ଟାଟା, ରିଲାଏନ୍ସ, ଅମ୍ବାନୀଙ୍କ ପ୍ରଚୁର ଅର୍ଥ ଅଛି। କିନ୍ତୁ ଜଗନ୍‌ ସେମାନଙ୍କଠାରୁ ଅଧିକ ଧନୀ ହେବାର ଉଚ୍ଚାକାଂକ୍ଷା ରଖି କାର୍ଯ୍ୟ କରିଥିଲେ। ଜଗନ୍‌ଙ୍କ ସରକାର ଅମଳରେ କି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଥିଲା, ତାହା ସମସ୍ତେ ଜାଣନ୍ତି। ସେତେବେଳେ ଆନ୍ଧ୍ରପ୍ରଦେଶ ଦେଶରେ ‘ଗଞ୍ଜା ରାଜଧାନୀ’ ହୋଇଯାଇଥିଲା ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି। ସେହି ସମୟରେ ଆନ୍ଧ୍ରର ପ୍ରତ୍ୟେକ ଗ୍ରାମରେ ସହଜରେ ଗଞ୍ଜେଇ ମିଳୁଥିଲା। ଏ ବିଷୟ ତାଙ୍କ ଶାସନକାଳରେ ଜଗନ୍‌ କେବେ ଉଠାଇ ନ ଥିଲେ। ତେଣୁ ବର୍ତ୍ତମାନର ଯୁବପିଢ଼ି ନିଶାଠାରୁ ଦୂରେଇ ରହି ସେମାନଙ୍କ ପରିବାରକୁ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ସାଧାରଣରେ ନିବେଦନ କରିଛନ୍ତି। ଏଭଳି କାରବାର କିଭଳି ବନ୍ଦ କରାଯିବ ସେ ଦିଗରେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri