ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ କେତୁଙ୍କ ପ୍ରଭାବ ରହିବା ସହ ସୂର୍ଯ୍ୟ ମଧ୍ୟ କେତୁଙ୍କ ପ୍ରଭାବରେ ରହିବେ। ସୂର୍ଯ୍ୟ ଓ କେତୁ ବର୍ତ୍ତମାନ ସିଂହ ରାଶିରେ ଏକାଠି ଗୋଚର କରୁଥିବାରୁ ଗ୍ରହଣର ପ୍ରଭାବ ଆହୁରି ବଢ଼ିପାରେ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି।

ଚନ୍ଦ୍ରଗ୍ରହଣ ଏବଂ ରାହୁ-କେତୁଙ୍କ ପ୍ରଭାବ ଯୋଗୁ କର୍କଟ, ସିଂହ, ମକର, କୁମ୍ଭ ଓ ମୀନ ରାଶିର ଲୋକମାନେ କିଛି ସଂଘର୍ଷର ସାମ୍ନା କରିପାରନ୍ତି। ଅନାବଶ୍ୟକ ଖର୍ଚ୍ଚ, ଆର୍ଥିକ ଜଟିଳତା ଏବଂ ପାରିବାରିକ ମତଭେଦ ଦେଖାଦେଇପାରେ।

କର୍କଟ ରାଶିର ସ୍ବାମୀ ଚନ୍ଦ୍ରମା। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରମା କୁମ୍ଭ ରାଶିରେ ରହିବେ ଏବଂ ରାହୁଙ୍କ ପ୍ରଭାବରେ ରହିପାରନ୍ତି। ଏହାର ପ୍ରଭାବରେ ସେପ୍ଟେମ୍ବରରେ ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିପାରେ। ଭୁଲ ନିଷ୍ପତ୍ତି ଯୋଗୁ ଆର୍ଥିକ କ୍ଷତି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ। କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ମାନସିକ ଚିନ୍ତା ବଢ଼ାଇପାରେ।

ସିଂହ ରାଶିରୁ ସପ୍ତମ ଭାବରେ ଚନ୍ଦ୍ରଗ୍ରହଣ ଘଟିବ। ଏହି ସମୟରେ ରାହୁଙ୍କ ପ୍ରଭାବ ରାଶି ଉପରେ ରହିବ ଏବଂ କେତୁ ମଧ୍ୟ ରାଶିରେ ରହିବେ। ତେଣୁ ଆଇନଗତ ମାମଲାରେ କୌଣସି ପ୍ରକାର ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଭଲ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦରେ ଜଡ଼ିତ ହେବାରୁ ବଞ୍ଚନ୍ତୁ। ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ, ଆଘାତର ଆଶଙ୍କା ରହିପାରେ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସ୍ବାସ୍ଥ୍ୟ କିମ୍ବା ମତଭେଦ ଯୋଗୁ ଚିନ୍ତା ବଢ଼ିପାରେ।

ମକର ରାଶିରୁ ଦ୍ୱିତୀୟ ଭାବରେ ଚନ୍ଦ୍ରଗ୍ରହଣ ହେବ। ଏହି ସମୟରେ ସମ୍ପର୍କକୁ ନେଇ ସଂଯମ ଓ ଗମ୍ଭୀରତା ରଖିବା ଆବଶ୍ୟକ। କୌଣସି ନିକଟ ସମ୍ପର୍କୀୟଙ୍କ କାରଣରୁ ମାନସିକ ଚାପ ସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇପାରେ। ଭାବପ୍ରବଣ ହୋଇ ନିଷ୍ପତ୍ତି ନନେଇ ବ୍ୟବହାରିକ ଭାବେ ଚିନ୍ତା କରନ୍ତୁ। ଖର୍ଚ୍ଚ ବଢ଼ିପାରେ, କିନ୍ତୁ ଆୟ ଯୋଗୁ ସ୍ଥିତିକୁ ସମ୍ଭାଳି ନେଇପାରିବେ। ଶୁଣାକଥାରେ ବିଶ୍ୱାସ ନକରି ଭଲ ଭାବେ ଯାଞ୍ଚ କରି ନିଷ୍ପତ୍ତି ନେବା ଉଚିତ।

ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ହିଁ ଲାଗିବାକୁ ଯାଉଥିବାରୁ ଏହି ରାଶି ଉପରେ ଏହାର ପ୍ରଭାବ ଅଧିକ ରହିପାରେ। ସେପ୍ଟେମ୍ବର ମାସରେ ଅତ୍ୟନ୍ତ ସଂଯମ ଓ ସତର୍କତାର ସହ ଚାଲିବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଦେଖାଦେଇପାରେ। ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦିଗ ବିଚାର କରନ୍ତୁ। ଅଚାନକ ଭାବେ ସଞ୍ଚିତ ଟଙ୍କା ଖର୍ଚ୍ଚ ହୋଇପାରେ। ଶ୍ୱଶୁରଘର ପକ୍ଷର ସମ୍ପର୍କୀୟଙ୍କ ସହ ବିବାଦରୁ ଦୂରେଇ ରହିବା ଭଲ।

ମୀନ ରାଶି ଉପରେ ପୂର୍ବରୁ ହିଁ ସାଢ଼େସାତୀର ପ୍ରଭାବ ରହିଛି ବୋଲି ଜ୍ୟୋତିଷୀୟ ମତ ରହିଛି। ଏହି ସମୟରେ ରାଶିରୁ ଦ୍ୱାଦଶ ଭାବରେ ଚନ୍ଦ୍ରଗ୍ରହଣ ହେବ। ଏହାର ପ୍ରଭାବରେ ସଂକ୍ରମଣ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଆର୍ଥିକ ମାମଲାରେ ସତର୍କ ରହିବା ଦରକାର, ନଚେତ ହାତକୁ ଆସିଥିବା ସୁଯୋଗ ହାତଛଡ଼ା ହୋଇପାରେ। ବିରୋଧୀଙ୍କଠାରୁ ସତର୍କ ରୁହନ୍ତୁ। ଘର ଓ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଅପ୍ରତ୍ୟାଶିତ ଖର୍ଚ୍ଚ ହୋଇପାରେ।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପରେ ୧୨ ବିମାନର ଯାତ୍ରୀ ଆତଙ୍କିତ; ପ୍ୟାରିସରୁ ରୋମ ପର୍ଯ୍ୟନ୍ତ ଭୟର ବାତାବରଣ

ପ୍ୟାରିସ,୫।୧୧: ଗୁରୁବାର ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣିଥରେ ହାଇ ଆଲର୍ଟ ଅବସ୍ଥାରେ ରହିଥିଲେ, କାରଣ ବୋମା ଧମକ ମିଳିବା ପରେ ପ୍ରାୟ ୧୨ଟି ବିମାନର ଗତିପଥ ବଦଳାଇବାକୁ…

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି…

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?