ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୯ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରମା ତୁଳା ରାଶିରୁ ବାହାରି ନିଜର ନୀଚ ରାଶି ବିଛାରେ ପ୍ରବେଶ କରିବେ। ଚନ୍ଦ୍ରମାଙ୍କ ଏହି ଗୋଚର ଯୋଗୁ ତାଙ୍କ ଶକ୍ତି ହ୍ରାସ ପାଇବ। ଫଳରେ କିଛି ରାଶିର ବ୍ୟକ୍ତିଙ୍କୁ ଜୀବନରେ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବିଶେଷ କରି ଆର୍ଥିକ ଏବଂ ପାରିବାରିକ ଜୀବନରେ ଚ୍ୟାଲେଞ୍ଜ ବଢ଼ିପାରେ। ମେଷ ସମେତ ୩ଟି ରାଶି ଉପରେ ଏହି ଗୋଚରର ସବୁଠାରୁ ଅଧିକ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେବେ କେଉଁ ରାଶିଙ୍କୁ ରହିବାକୁ ପଡ଼ିବ ସତର୍କ ଏବଂ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ କ’ଣ ରହିଛି ଉପାୟ, ଆସନ୍ତୁ ଜାଣିବା।
ମେଷ ରାଶିର ଅଷ୍ଟମ ଭାବରେ ଚନ୍ଦ୍ରମାଙ୍କ ଗୋଚର ହେବ। ଜ୍ୟୋତିଷ ଶାସ୍ତ୍ରରେ ଅଷ୍ଟମ ଭାବକୁ ଅନିଶ୍ଚିତତା ଏବଂ ଦୁର୍ଘଟଣାର କାରକ ବୋଲି କୁହାଯାଏ। ତେଣୁ ଏହି ଗୋଚର ଆପଣଙ୍କ ପାଇଁ ଚିନ୍ତାଜନକ ହୋଇପାରେ। ଗାଡ଼ି ଚଳାଇବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ନିଜର ମୂଲ୍ୟବାନ ସାମଗ୍ରୀ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ଚୋରି ହେବାର ଆଶଙ୍କା ରହିଛି। ଏହି ସମୟରେ ଶେୟାର ବଜାର କିମ୍ବା ସଟ୍ଟାବାଜିରେ ଟଙ୍କା ନିବେଶ କରନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ କ୍ଷତି ହୋଇପାରେ। କର୍ମକ୍ଷେତ୍ରରେ ଅନ୍ୟ କାହା କଥାରେ ମୁଣ୍ଡ ନପୂରାଇ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। କାହାକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ।
ମିଥୁନ ରାଶିର ଷଷ୍ଠ ଭାବରେ ଚନ୍ଦ୍ରମା ଗୋଚର କରିବେ। ଜ୍ୟୋତିଷ ଅନୁସାରେ, ଏହି ଭାବକୁ ରୋଗ ଏବଂ ଶତ୍ରୁଙ୍କ କାରକ ବୋଲି ମନେ କରାଯାଏ। ନୀଚ ଅବସ୍ଥାରେ ଥିବା ଚନ୍ଦ୍ରମା ଆପଣଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇପାରନ୍ତି। ତେଣୁ ବାହାରର ତେଲମସଲାଯୁକ୍ତ ଏବଂ ଛଣାଛଣି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ ଏବଂ ନିଜର ଗୁପ୍ତ କଥା କାହା ସହିତ ଶେୟାର କରନ୍ତୁ ନାହିଁ। ଖରାପ ସଙ୍ଗତରେ ପଡ଼ିବାରୁ ମଧ୍ୟ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ସମୟ ଏବଂ ଟଙ୍କା ଉଭୟ ନଷ୍ଟ ହୋଇପାରେ। ଆଇନଗତ ନିୟମ ଉଲ୍ଲଂଘନ କରନ୍ତୁ ନାହିଁ। ନଚେତ୍ ଅସୁବିଧାରେ ପଡ଼ିପାରନ୍ତି।
ଧନୁ ରାଶିର ଦ୍ୱାଦଶ ଭାବରେ ଚନ୍ଦ୍ରମାଙ୍କ ଗୋଚର ହେବ। ଜ୍ୟୋତିଷ ଶାସ୍ତ୍ରରେ ଏହି ଭାବକୁ କ୍ଷତି ଏବଂ ଅଯଥା ଖର୍ଚ୍ଚର କାରକ ବୋଲି ମନେ କରାଯାଏ। ଏହି ଗୋଚର ଯୋଗୁଁ ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କିଛି ଲୋକଙ୍କୁ ଅନିଚ୍ଛା ସତ୍ତ୍ୱେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏହି ସମୟରେ ନିବେଶ କରିବାରୁ ଦୂରେଇ ରୁହନ୍ତୁ, ନଚେତ୍ କ୍ଷତି ସହିବାକୁ ପଡ଼ିପାରେ।
ବୈବାହିକ ଜୀବନରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ, ନଚେତ୍ ସମ୍ପର୍କରେ ଦୂରତା ବଢ଼ିପାରେ। ସାମାଜିକ ସ୍ତରରେ କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।