ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ ରାଶି ବୃଷରେ ପ୍ରବେଶ କରିଛନ୍ତି। ଏହି ଗୋଚର ସକାଳ ୭ଟା ୨୬ ମିନିଟରେ ହୋଇଛି। ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ପ୍ରବେଶ କରିବାରୁ ତାଙ୍କ ପ୍ରଭାବ ଅଧିକ ଶକ୍ତିଶାଳୀ ହେବ ବୋଲି ଜ୍ୟୋତିଷୀୟ ମତ ରହିଛି।
ଏହି ଗୋଚରର ପ୍ରଭାବ ସମସ୍ତ ରାଶି ଉପରେ ସମାନ ରହିବ ନାହିଁ। ଜ୍ୟୋତିଷୀୟ ଆକଳନ ଅନୁସାରେ, ୪ଟି ରାଶି ପାଇଁ ଏହି ସମୟ ବିଶେଷ ଭାବେ ଶୁଭ ରହିପାରେ।
୧. ମେଷ ରାଶି:
ମେଷ ରାଶିର ଲୋକଙ୍କ ଦ୍ୱିତୀୟ ଭାବରେ ଚନ୍ଦ୍ରଙ୍କ ଗୋଚର ହେବ। ଏହାର ପ୍ରଭାବରେ ଧନ-ଧାନ୍ୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ପରିବାର ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପ୍ରଭାବ ବଢ଼ିପାରେ ଏବଂ ନିଜ କଥାବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିପାରନ୍ତି। ଲେଖା, ଗୀତ କିମ୍ବା ବାଦ୍ୟ ସଙ୍ଗୀତ ସହ ଜଡ଼ିତ ବ୍ୟକ୍ତିଙ୍କ କୌଣସି ସୃଜନ ଲୋକପ୍ରିୟତା ହାସଲ କରିପାରେ।
୨. ବୃଷ ରାଶି
ଚନ୍ଦ୍ରମା ସିଧାସଳଖ ବୃଷ ରାଶିରେ ପ୍ରବେଶ କରିବେ। ଏହା ଫଳରେ ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିପାରେ। ମାନସିକ ଭାବେ ଆପଣ ଅଧିକ ଶକ୍ତିଶାଳୀ ଅନୁଭବ କରିବେ ଏବଂ ସଠିକ ସମୟରେ ଭଲ ନିଷ୍ପତ୍ତି ନେଇପାରିବେ।
ପରିବାରରେ ଖୁସିର ପରିବେଶ ରହିପାରେ। ପରିବାରର କୌଣସି ସଦସ୍ୟଙ୍କଠାରୁ ଶୁଭ ଖବର ମିଳିପାରେ। ବ୍ୟବସାୟୀଙ୍କ ଯୋଜନା ସଫଳ ହେବା ସହ ଚାକିରିଆଙ୍କୁ କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧ୍ୟ ମଧୁରତା ବଢ଼ିପାରେ।
କର୍କଟ ରାଶି:
ଚନ୍ଦ୍ରମା କର୍କଟ ରାଶିର ସ୍ବାମୀ ଏବଂ ବୃଷ ରାଶିରେ ଗୋଚର ସମୟରେ ଆପଣଙ୍କ ଏକାଦଶ ଭାବରେ ରହିବେ। ଜ୍ୟୋତିଷରେ ଏକାଦଶ ଭାବକୁ ଲାଭର ଭାବ ବୋଲି କୁହାଯାଏ। ତେଣୁ ଏହି ସମୟରେ ବିଭିନ୍ନ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ରହିଛି।
ନିବେଶ କରିଥିବା ଟଙ୍କାରୁ ଭଲ ରିଟର୍ନ ମିଳିପାରେ। ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଡିଲ ମିଳିପାରେ। ପରିବାର ଓ ସାମାଜିକ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇପାରେ।
୪. କନ୍ୟା ରାଶି:
ଚନ୍ଦ୍ରଙ୍କ ଏହି ଗୋଚର ଫଳରେ କନ୍ୟା ରାଶିର ନବମ ଭାବ ସକ୍ରିୟ ହେବ। ନବମ ଭାବକୁ ଭାଗ୍ୟର ଭାବ ବୋଲି ମନେ କରାଯାଏ। ତେଣୁ ଅଧୁରା ରହିଥିବା କାମଗୁଡ଼ିକ ପୂରଣ ହେବା ସହ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିପାରେ।
କିଛି ଚାକିରିଆଙ୍କୁ ଅଚାନକ ପଦୋନ୍ନତି ମିଳିବାର ଯୋଗ ରହିଛି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହି ସମୟ ଭଲ ରହିପାରେ। ପାଠପଢ଼ାରେ ଏକାଗ୍ରତା ବଢ଼ିବା ସହ ଶିକ୍ଷା କ୍ଷେତ୍ରରେ ସୁଖଦ ପରିବର୍ତ୍ତନ ଦେଖାଯାଇପାରେ।