କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ।
ଆଜି ୪ ଅକ୍ଟୋବର ୨୦୨୬, ରବିବାର ସଂଧ୍ୟା ୬ଟା ୩୧ ମିନିଟରେ ଚନ୍ଦ୍ର ଗ୍ରହ କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ରାଶିରେ ମଙ୍ଗଳ ପୂର୍ୱରୁ ବିରାଜମାନ ଅଛନ୍ତି।
କର୍କଟ ରାଶିରେ ମଙ୍ଗଳ ଗ୍ରହ ପୂର୍ୱରୁ ବିରାଜମାନ ଅଛନ୍ତି। ଏଭଳି ପରିସ୍ଥିତିରେ କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର ହେବା ଦ୍ୱାରା ମଙ୍ଗଳ ଓ ଚନ୍ଦ୍ରଙ୍କ ଯୁତି ହେବ। ଚନ୍ଦ୍ରଙ୍କ ଗୋଚର ୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ।
କର୍କଟ ରାଶି
ଚନ୍ଦ୍ରଙ୍କ ଗୋଚର ଏବଂ ମଙ୍ଗଳ-ଚନ୍ଦ୍ରଙ୍କ ଯୁତି କର୍କଟ ରାଶିରେ ହେଉଛି। ଆପଣମାନଙ୍କୁ ଚନ୍ଦ୍ରଙ୍କ ଗୋଚର ଦ୍ୱାରା କ୍ୟାରିୟରରେ ଉନ୍ନତି ମିଳିପାରେ। ଚାକିରିଆମାନଙ୍କୁ ପଦୋନ୍ନତି ମିଳିପାରେ।
ତୁଳା ରାଶି
କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର ଦ୍ୱାରା ଧନଲାଭ ହୋଇପାରେ। ଆପଣମାନଙ୍କୁ ବ୍ୟାପାରରେ ବଡ଼ ସଫଳତା ମିଳିପାରେ। ଆପଣଙ୍କର ଅଟକି ରହିଥିବା କାମ ପୂରା ହେବ। କାର୍ଯ୍ୟସ୍ଥଳରେ ଆପଣଙ୍କ କାମର ପ୍ରଶଂସା ହେବ।
ମୀନ ରାଶି
ମୀନ ରାଶିର ଲୋକଙ୍କୁ ଚନ୍ଦ୍ରଙ୍କ ଗୋଚର ଏବଂ ମଙ୍ଗଳ-ଚନ୍ଦ୍ର ଯୁତି ଦ୍ୱାରା ଲାଭ ମିଳିପାରେ। ଆପଣଙ୍କର ଆୟରେ ବୃଦ୍ଧିର ଯୋଗ ବନିବ। ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ସଫଳତା ମିଳିପାରେ।