ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର

ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି ଆଗେଇ ପାରିନି। ଏପରି କି ପ୍ରସ୍ତାବିତ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ହୋଇ ପାରିନାହିଁ। ଫଳରେ ଏହି ପ୍ରକଳ୍ପ କେବେ ହେବ ତାହାକୁ ଆଶଙ୍କା ପ୍ରକାଶ ପାଇଛି।
ଏଠାରେ ଭୂତଳ ତୈଳ ଭଣ୍ଡାର ସଂରକ୍ଷଣାଳାୟ ନିର୍ମାଣ ହେବା ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ବିକାଶ ଘଟିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ୨୦୧୬-୧୭ରେ ଏହାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିଲା। ୨୦୧୮ ଜୁନ ୨୭ରେ ଏଥିଲାଗି ୬, ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଦେଶର ଏହି ବୃହତ୍‌ ପ୍ରକଳ୍ପ ଦ୍ୱାରା ୪ ମିଲିୟନ ମେଟ୍ରିକ୍‌ ଟନ୍‌ ତୈଳ ସଂରକ୍ଷଣ ହୋଇ ପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ପ୍ରକଳ୍ପ ପାଇଁ ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ଡଙ୍କାରୀ ମୌଜାରେ ୪୦୦ ଏକର ଜମି ଚିହ୍ନଟ କରାଯାଇଥିଲା। ଏହି ପ୍ରକଳ୍ପ ହେଲେ ପାଞ୍ଚ ବର୍ଷ ମଧ୍ୟରେ ୪ ହଜାର କର୍ମ ଦିବସ ସୃଷ୍ଟି କରାଯିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା ମଧ୍ୟ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ ବିଭାଗ ତରଫରୁ ଉଚ୍ଚସ୍ତରୀୟ ପ୍ରତିନିଧି ଆସି କ୍ଷେତ୍ର ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ବୋଲି ସୂଚନା ଦେଇଥିଲେ। ପ୍ରକଳ୍ପ ହେଲେ ଡଙ୍କାରୀଠାରୁ ପାରାଦୀପ ପର୍ଯ୍ୟନ୍ତ ୧୦୦ କିମି ପାଇପ ଲାଇନ ବିଛାଯିବା ସହ ସମୁଦ୍ର ମଧ୍ୟରେ ବୋରଓ୍ବେଲ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଛି। ପ୍ରକଳ୍ପ କରାଗଲେ ଚଣ୍ଡିଖୋଲଠାରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରଶସ୍ତୀକରଣ ସହ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହି ସର୍ବବୃହତ୍‌ ଭୂତଳ ତୈଳ ଭଣ୍ଡାର ନିର୍ମାଣ ହେଲେ ଏକ ସଙ୍ଗେ ୪,୫୦୦ ନିୟୁତ ମେଟ୍ରିକ୍‌ ଟନ୍‌ ଅଶୋଧିତ ତୈଳ ଗଛିତ ରଖାଯିବା ସହ ଦେଶର ସଙ୍କଟ ସମୟରେ ୧୦ ଦିନ ପାଇଁ ସାରା ଦେଶକୁ ତୈଳ ଯୋଗାଇ ଦିଆଯାଇ ପାରିବ ବୋଲି ଘେଷଣା କରାଯାଇଥିଲା। ତେବେ ଏହି ମୌଜାରେ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇ ନାହିଁ। ସେଥିନେଇ ପ୍ରକଳ୍ପ ଆଶାକ୍ଷିଣ ହେବାରେ ଲାଗିଛି। ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri