Categories: ଜାତୀୟ

ପ୍ରକାଶ ସିଂ ବାଦଲଙ୍କ ଶେଷ କୃତ୍ୟ ସମ୍ପନ୍ନ

ଚଣ୍ଡିଗଡ଼,୨୭।୪: ପଞ୍ଜାବରେ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ପ୍ରକାଶ ସିଂ ବାଦଲଙ୍କର ଶେଷ କୃତ୍ୟ ଗୁରୁବାର ସମ୍ପନ୍ନ ହୋଇଛି। ତାଙ୍କ ପୁଅ ସୁଖବୀର ସିଂ ବାଦଳ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ଘୋଡାଇ ଦେବା ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବାଦଲଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ବାଦଲଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ପୁଅ ସୁଖବୀର ସିଂ ବାଦଲ, ଜ୍ୱାଇଁ ଆଦେଶ ପ୍ରତାପ କୌର, ଭଣଜା ମନଦୀପ ବାଦଲଙ୍କ ସମେତ ପରିବାର ସଦସ୍ୟ ସାମିଲ ହୋଇଥିଲେ।
ପ୍ରକାଶ ସିଂ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏନସିପିର ବରିଷ୍ଠ ନେତା ଶରଦ ପାଓ୍ବାର, ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଦି ପହଞ୍ଚିଥିଲେ। ଲାଗୁଥିଲା ଯେମିତି ସମଗ୍ର ପଞ୍ଜାବବାସୀଙ୍କ ଆଖି ଲୁହରେ ଭିଜି ଯାଇଛି। ବୁଧବାର ପ୍ରକାଶ ସିଂ ବାଦଲଙ୍କ ପାର୍ଥିବ ଶରୀର ତାଙ୍କ ଗାଁକୁ ନିଆଯାଇଥିବା ବେଳେ ଗୁରୁବାର ଲାମ୍ବିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।

Share