ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ହର୍‌ମିତ୍‌ କାଲିଫର୍ନିଆରୁ ରିପବ୍ଲିକାନ୍‌ ନ୍ୟାଶନାଲ କମିଟି (ଆର୍‌ଏନ୍‌ସି) ଅଧ୍ୟକ୍ଷା ଅଛନ୍ତି। ସେ ଜାତୀୟ ସ୍ତରରେ ନେତୃତ୍ୱ ନେବା ଲାଗି ସୋମବାର ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୋନ୍ନା ମାକ୍‌ଡେନିଏଲ୍‌ ୨୦୧୭ରୁ ରିପବ୍ଲିକାନ୍‌ ପାର୍ଟି ଅଧ୍ୟକ୍ଷା ରହିଛନ୍ତି। ଦଳ କ୍ରମାଗତ ନିର୍ବାଚନ ହାରୁଥିବାରୁ ଏଥିରେ ଅତିଷ୍ଠ ଥିବା ହର୍‌ମିତ୍‌ ଦଳକୁ ଆଧୁନିକୀକରଣ କରି ଡେମୋକ୍ରାଟ୍ସକୁ ଟକ୍କର ଦେବା ଲାଗି ଚାହାନ୍ତି। ମିଡ୍‌ଟର୍ମ ନିର୍ବାଚନଠାରୁ ରିପବ୍ଲିକାନ୍‌ ନେତୃତ୍ୱରେ ପରିବର୍ତ୍ତନ ଲାଗି ତୃଣମୂଳ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ପାଣ୍ଠି ଯୋଗାଣକାରୀ ଏବଂ ଆର୍‌ଏନ୍‌ସି ସଦସ୍ୟମାନେ ତାଙ୍କୁ ଅନୁରୋଧ କରିଆସୁଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ହେଲେ ଦଳୀୟ ନେତୃତ୍ୱରେ ପରିବର୍ତ୍ତନ ଆବଶ୍ୟକ ବୋଲି ହର୍‌ମିତ୍‌ କହିଛନ୍ତି। ମାକ୍‌ଡେନିଏଲ୍‌ ତୃତୀୟ ଥର ପାଇଁ ଆର୍‌ଏନ୍‌ସି ଅଧ୍ୟକ୍ଷା ପଦ ପାଇଁ ଆଗ୍ରହୀ ବୋଲି ପୂର୍ବରୁ ଘୋଷଣା କରିଥିଲେ। କମିଟିର ୧୬୮ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠ ଭୋଟ ଜରିଆରେ ନେତୃତ୍ୱ ଚୟନ କରାଯିବ। ଏହି ପଦବୀ ଲାଗି ଏକ ପିଲୋ କମ୍ପାନୀ ସିଇଓ ମାଇକ୍‌ ଲିଣ୍ଡେଲ୍‌ ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri