Posted inଫୁରସତ

ଦେଢ଼ ବର୍ଷ ହେବ ସ୍ତ୍ରୀଙ୍କୁ ଶୌଚାଳୟରେ ବନ୍ଦକରି ରଖିଥିଲେ ସ୍ବାମୀ: ଆଉ ତାପରେ…

ହରିୟାଣାର ପାନିପତ ରିସପୁର ଗ୍ରାମର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ମାନସିକ ଭାବେ ବିରକ୍ତ ହୋଇ ତାଙ୍କୁ ପ୍ରାୟ ଦେଢ଼ ବର୍ଷ ହେବ ଶୌଚାଳୟରେ ବନ୍ଦକରି ରଖିଥିଲେ। କୌଣସି ପ୍ରକାରେ ଖବର ପାଇ ମହିଳା ସୁରକ୍ଷା ଏବଂ ଶିଶୁ ବିକାଶ ଅଧିକାରୀ ସଦଳବଳେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହି ସମୟରେ ମହିଳାଙ୍କ ପୁରା ଶରୀରରେ ମଳ-ମୂତ୍ର ଲାଗିଥିଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ, ଚାଲିବାକୁ ମଧ୍ୟ ସେ ସକ୍ଷମ ନ ଥିଲେ। ସନୋଲି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।
ଏ ନେଇ ମହିଳା ସୁରକ୍ଷା ଓ ଶିଶୁ ନିଷେକ ଅଧିକାରୀ ରଜନୀ ଗୁପ୍ତା କହିଛନ୍ତି, ୧୭ ବର୍ଷ ପୂର୍ବେ ଉକ୍ତ ମହିଳା ବିବାହ କରିଥିଲେ। ତାଙ୍କର ୧୫ ବର୍ଷର ଝିଅ, ୧୧ ଓ ୧୩ ବର୍ଷର ୨ ପୁଅ ଅଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ବାପା ପିଲାମାନଙ୍କ ସାମ୍ନାରେ ମା’ଙ୍କୁ ପିଟୁଥିଲେ। ଭୋକ ଉପାସରେ ଶୌଚାଳୟରେ ବନ୍ଦକରି ରଖିଥିଲେ। ହେଲେ ପିଲାମାନେ ଏହାର ବିରୋଧ କରି ନ ଥିଲେ। କେବେ କାହାକୁ କିଛି କହି ନ ଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ପାଇଁ ଶାଶୁଙ୍କ ବୟଫ୍ରେଣ୍ଡ ହେବାକୁ ବିଜ୍ଞାପନ ଦେଲେ ବୋହୂ, କହିଲେ ମିଳିବ…

ଟଙ୍କା ଦେଲେ ଅନେକ କିଛି ମିଳିଥାଏ। ମାତ୍ର ନ୍ୟୁୟର୍କରେ ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏମିତି ବିଜ୍ଞାପନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌...

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଜାଣନ୍ତୁ କ’ଣ ହେଲା…

ରାଗ, ମସଲା ବା ଚଟ୍‌ପଟି ଖାଦ୍ୟ ଦେଖିବା ମାତ୍ରେ ପାଟିରୁ ଲାଳ ବହିଯାଏ। ଭାରତରେ ଅନେକ ଲୋକ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର...

ପାଣିକୁ ଦେଖି କୁକୁର ହେଉଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ...

୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ...

ସଚେତନତା ହିଁ ପ୍ରକୃତ ନିଦାନ

କୌଣସି ସ୍ବାସ୍ଥ୍ୟ ସମସ୍ୟା ପୂର୍ବରୁ ଏନେଇ ସଚେତନତା ସୃଷ୍ଟି ଦ୍ୱାରା ବହୁ ଅସୁବିଧାରୁ ଦୂରେଇ ହୋଇ ରହିବା ସମ୍ଭବ ହୋଇଥାଏ। ଥାଲାସେମିଆ ଭଳି ଜିନ୍‌ଗତ ରକ୍ତ...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ...

Advertisement
Archives

Model This Week