ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’

ନୂଆଦିଲ୍ଲୀ, ୨୨।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ଓ୍ବିଣ୍ଟର ଓ୍ବେଡିଂ କଲେକ୍ସନକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଓଡ଼ିଶାର ଜଣାଶୁଣା ୪ ଯୁବ କଳାକାରଙ୍କୁ ନେଇ ଏକ ଗତିଶୀଳ ବିଜ୍ଞାପନ କ୍ୟାମ୍ପେନ ସହ ଚଳିତ ବିବାହ ଋତୁକୁ ସ୍ବାଗତକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ କ୍ୟାମ୍ପେନ୍‌ କେବଳ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କଲେକ୍ସନକୁ ପ୍ରଦର୍ଶିତ କରୁନାହିଁ, ଏହା ମଧ୍ୟ ସମ୍ପର୍କରେ ଉପହାରର ମହତ୍ତ୍ୱକୁ ପ୍ରତିପାଦିତ କରୁଛି।

ଉକ୍ତ ସଂଯୋଗ ଯାହା ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନ ବଢାଇଥାଏ। ତାହା ଭାବପ୍ରବଣତାର ଗଭୀରତା,ଖୁସି ବିନିମୟ ଏବଂ ପ୍ରକୃତ ସଂଯୋଗର ଭାବନା ଦ୍ୱାରା ଚିହ୍ନିତ ହୋଇଥାଏ। ଅପରପକ୍ଷରେ ଉତ୍ସବ ଋତୁର ଖୁସି ବାଣ୍ଟିବା ପାଇଁ ଚାନ୍ଦି ଭଣ୍ଡାର ତା’ର ଗ୍ରାହକଙ୍କ ପାଇଁ ଏକ୍ସକ୍ଲୁସିଭ୍‌ ଅଫର ଆଣିଛି। ଏହି ଅଫର ୨୦୨୪ ଜାନୁଆରୀ ୩୧ ଯାଏ ଉପଲବ୍ଧ ରହିଥିବାବେଳେ ଉକ୍ତ ଅଫର ଅନ୍ତର୍ଗତ ରୁପା ଗହଣା ଏବଂ କଳାକୃତିର ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଶହୀଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର,ରସୁଲଗଡ଼ ସମେତ ରାଉରକେଲା, ଅନୁଗୋଳ, କଟକ, ଯାଜପୁର ରୋଡ୍‌, ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଏହି ସୁବିଧା ଉପଲବ୍ଧ। ଉପରୋକ୍ତ ଷ୍ଟୋରଗୁଡିକରେ ଭିନ୍ନ ଭିନ୍ନ ଗହଣା ସମେତ କଟ୍‌ଲେରି, ସିଲ୍‌ଭର୍‌ୱେର ଏବଂ କର୍ପୋରେଟ୍‌ ଉପହାରର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ଦେଶ(ଭାରତ)ର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ୍‌ ସହିତ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ନିକଟକୁ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri