ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚନ୍ଦନଧାରା ଶୈବପୀଠ, ଆହୁରି ରହିଛି ବିକାଶର ଆବଶ୍ୟକତା

ଝରିଗାଁ,୨୭ା୨(କିଶୋର ଚନ୍ଦ୍ର ମଣ୍ଡଳ): ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ଓ ସମ୍ଭାବନାର ଅଭାବ ନାହିଁ। ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଆସିବେ ସେଥିପାଇଁ ସ୍ଥାନୀୟ ତଥା ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଦରକାର। ଖାସକରି ଅଧିକ ପର୍ଯ୍ୟଟକ ଆସିଲେ ହିଁ ପର୍ଯ୍ୟଟନ କ୍ଷେତ୍ର ଆହୁରି ଆଗକୁ ଯାଇପାରିବ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ସର୍ବ ପୁରାତନ ଚନ୍ଦନଧାରା ଶୈବପୀଠ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। ବର୍ଷ ତମାମ ଏହି ଶୈବପୀଠରେ ଜଳ ପ୍ରପାତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଆଧ୍ୟାତ୍ମିକ ସାଧୁସନ୍ଥ, ସାହିତ୍ୟିକ, ଲେଖକ, ଗବେଶକ, ପରିବେଶବିତ୍‌ମାନେ ଏହାର ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହିତ କବିମାନେ ଏହା ଉପରେ ଅନେକ କବିତାମାନ ଲେଖିଛନ୍ତି। ଚନ୍ଦନଧାରା ଶୈବପୀଠ କମିଟି ସଭାପତି ରଜନୀକାନ୍ତ ପଟ୍ଟନାୟକଙ୍କ ସୂଚନା ପ୍ରକାରେ ୧୯୬୪ରେ ବଡ଼ଟେମେରା ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ଚୈତନ୍ୟ ମୁଦୁଲିଙ୍କୁ ସପ୍ନାଦେଶ ହୋଇଥିଲା ଯେ, ବଡ଼ ଟେମେରା ପଞ୍ଚାୟତଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଚନ୍ଦନ ବଣରେ ଶିବ ଲିଙ୍ଗ ଆର୍ବିଭାବ ହୋଇଛନ୍ତି। ପରେ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ କହିବା ସହ ଗ୍ରାମବାସୀଙ୍କ ସହ ଯାଇ ଖୋଜାଖୋଜି କରିଥିଲେ। ପରେ ଏକ ଜଳ ପ୍ରପାତ ନିକଟରେ ଶିବ ଲିଙ୍ଗ ରହିଥିବା ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଏକ ଛୋଟ କୁଡିଆ ଘର ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଚନ୍ଦନ ବଣରେ ଶିବ ଲିଙ୍ଗ ଆର୍ବିଭାବ ହୋଇଥିବା ଯୋଗୁ ଏହି ସ୍ଥାନକୁ ଚନ୍ଦନଧାରା ଶୈବପୀଠ ଓ ଚନ୍ଦନଧାରା ଜଳ ପ୍ରପାତ କୁହାଯାଇଥିଲା।ଖବର ପ୍ରସାର ହେବା ପରେ ବଡ଼ଟେମେରା ପଞ୍ଚାୟତ ସହ ନିକଟରେ ଥିବା ପଞ୍ଚାୟତ ଲୋକ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ପରେ ମନ୍ଦିର ଉନ୍ନତି କରଣ ନେଇ ୨୦୦୩ରେ ତତ୍କାଳୀନ ନବରଙ୍ଗପୁର ଜିଲାପାଳ ଅରବିନ୍ଦ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସେହି ସମୟରେ ଜିଲାପାଳ ପାଢ଼ୀ ୧୦ ଲକ୍ଷ ଟଙ୍କା ଆନୁଦାନ ଦେଇ ଏକ ୱାଚ ଟାୱାର ନିର୍ମାଣ ପାଇଁ କହିଥିଲେ।ୱାଚ ଟାୱାର ନିର୍ମାଣ ପରେ ପାଢ଼ୀ ଉଦଘାଟନ କରିଥିଲେ। ଏହାପରେ ତତ୍କାଳୀନ ବିଧାୟକ ରମେଶ ଚନ୍ଦ୍ର ମାଝୀଙ୍କ ବିଧାୟକ ପାଣ୍ଠିରୁ ମନ୍ଦିର ନିର୍ମାଣ ସକାଶେ ୩ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏହାପରେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀଙ୍କ ପ୍ରଚେଷ୍ଟାରେ ଚନ୍ଦନଧାରାର ବିକାଶ ପାଇଁ ପର୍ଯ୍ୟଟନ ସକାଶେ ୫୦ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏହାପରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଚନ୍ଦନଧାରା ମନ୍ଦିର ନିର୍ମାଣ ସକାଶେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ l ଏହାପରେ ପୂର୍ବତନ ବିଧାୟକ ପ୍ରକାଶଙ୍କ ପ୍ରଚେଷ୍ଟାରେ କଲ୍ୟାଣ ମଣ୍ଡପ ସକାଶେ ୩୫ ଲକ୍ଷ ଟଙ୍କାର ଅନୁଦାନ ଗ୍ରାଣ୍ଟେଡ ଫଣ୍ଡ ସହାୟତାରେ ମିଳିଥିଲା। ଚନ୍ଦନଧାରା ପର୍ଯ୍ୟଟନ ସ୍ଥଳୀକୁ କିପରି ଅଧିକ ବିକାଶ କରାଯାଇପାରିବ ସେଥିନେଇ ପୂର୍ବତନ  ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଏବଂ ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସତନ୍ତ୍ର ପାଣ୍ଠିରୁ ଚନ୍ଦନଧାରା ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ସକାଶେ ୨ କୋଟି ୫୦ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ସେଥିରେ ପର୍ଯଟନ ସ୍ଥଳୀରେ ବୈଦ୍ୟୁତିକ କରଣ, ଭୋଗ ମଣ୍ଡପ, ମୁଖ୍ୟ ଫାଟକ, ପିଣ୍ଡି ଆଦି ନିର୍ମାଣ କରାଯାଇଥିଲା। ସେହିପରି ମନରେଗା ଯୋଜନା ସହାୟତାରେ ଘାଟି କଟାଯିବା ସହ ପାହାଚ ନିର୍ମାଣ, ଶିଶୁ ଉଦ୍ୟାନ ଆଦି କ୍ଷେତ୍ରରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା।

ସେହିପରି ଚନ୍ଦନଧାରା କମିଟି ପକ୍ଷରୁ ଦାନ ସଂଗ୍ରହ କରାଯାଇଥିଲା। ଇତି ମଧ୍ୟରେ ନବୀନ ସରକାର ବଦଳି ଯିବାରୁ ଚନ୍ଦନଧାରା ପର୍ଯ୍ୟଟନସ୍ଥଳୀର ବିକାଶ ଅଧାପନ୍ତରିଆ ଭାବେ ରହିଯାଇଛି। ବିଗତ ଦିନରେ ନବୀନ ସରକାରଙ୍କ ଅମଳରେ ଚନ୍ଦନଧାରା ପର୍ଯ୍ୟଟନ କ୍ଷେତ୍ରରେ ଏ ଯାଏ ଯାହା ବି ବିକାଶ ହୋଇଛି ସେଥିରେ ଆହୁରି ବିକଶିତର ଆବଶ୍ୟକତା ରହିଛି। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କମିଟି ଗଠନ, ପାନ୍ଥ ନିବାସ ନିର୍ମାଣ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନସ୍ଥଳୀର ବ୍ୟାପକ ପ୍ରଚାରର ଆବଶ୍ୟକତା ରହିଛି। ବର୍ତ୍ତମାନ ଚନ୍ଦନଧାରା ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ସବୁ ଯୋଜନା ଅଧୁରା ରହିଛି। ସେ ସବୁକୁ ସାରିବା ପାଇଁ ନୂଆ ସରକାରଙ୍କ ନିକଟରେ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଆସନ୍ତା ମାର୍ଚ୍ଚ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଶିବ ମନ୍ଦିର ସହ ବିଭିନ୍ନ ପାର୍ଶ୍ୱ ମନ୍ଦିର ଯଥା ଗଣେଶ ମନ୍ଦିର, ବନଦୁର୍ଗା ମନ୍ଦିର, ଚଣ୍ଡୀ ମନ୍ଦିର ଏବଂ ପାର୍ବତୀ ମନ୍ଦିର ପ୍ରତିଷ୍ଠା ପାଇଁ କମିଟି ପକ୍ଷରୁ ସ୍ଥିର ହୋଇଛି। ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କମିଟି ପକ୍ଷରୁ ନିମନ୍ତ୍ରଣ ପତ୍ର ଦେଇଥିବା ବେଳେ ଉଭୟ ଆସିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଚନ୍ଦନଧାରା ପର୍ଯ୍ୟଟନ ଭଳି ଝରିଗାଁ ବ୍ଲକରେ ସାଇଧାରା ଏବଂ ଗୋସେଇଁ ଧାରା ପର୍ଯ୍ୟଟନସ୍ଥଳୀର ବିକାଶକୁ ନେଇ ସରକାର ଗୁରୁତ୍ୱ ପ୍ରଦାନ ଦେଲେ ରାଜ୍ୟରେ ଝରିଗାଁ ବ୍ଲକ ଏକ ସ୍ବତନ୍ତ୍ର ସ୍ଥାନ ମିଳିପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri