ମା’ଙ୍କୁ ମାଡ଼, ଘରୁ ଟଙ୍କା ଚୋରି କରି ନେଉଥିଲେ; ଚନ୍ଦନଙ୍କୁ ଜେଲ ପଠାଇଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ମାମଲା ନଂ.୨୧୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଚନ୍ଦନ ତାଙ୍କ ମା’ କୁରି ଙ୍କୁ ଟଙ୍କା ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ବେକକୁ ଚିପି ମାଡ଼ ମାରିଥିଲେ। ପାଟି ଶୁଣି ଚନ୍ଦନଙ୍କ ଭଉଣୀ ସେଠାକୁ ଦୌଡି ଆସିବାରୁ ତାଙ୍କ ମୋବାଇଲ ଫୋନକୁ ସେ ବଳପୂର୍ବକ ଛଡାଇ ନେଇଥିଲେ। ପରେ ମୋବାଇଲ ଫୋନଟିକୁ ଗ୍ରାମର ଜି.ଆମେଶୁ ପାତ୍ରଙ୍କୁ ୪ ହଜାର ଟଙ୍କା ରେ ବିକ୍ରି କରିଦେଇଥିଲେ। ଗତ ମଙ୍ଗଳବାର ଚନ୍ଦନ ପୁଣି ଘରକୁ ଆସି ଆଲମିରାରେ ଥିବା ୧୦ ହଜାର ଟଙ୍କା ଏବଂ ୪୫ କେଜି ଚାଉଳ ଲୁଟି ନେଇଥିଲେ। ଚାଉଳକୁ ସେ ପାଟପୁର ଗ୍ରାମର ଦୋକାନୀ ଶିବରାମ ସାହୁଙ୍କୁ ୧୧ ଶହ ଟଙ୍କାରେ ବିକ୍ରି କରି ଦେଇଥିଲେ। ଏନେଇ ମଙ୍ଗଳବାର ଏତଲା ହେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏଏସଆଇ ଝୁନୁୁ ମାଝୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ସୂଚନା ଆଧାରରେ ଗ୍ରାମର ଆମେସୁ ପାତ୍ରଙ୍କ ଠାରୁ ମୋବାଇଲ ଫୋନ ଏବଂ ପାଟପୁର ଗ୍ରାମର ଦୋକାନୀ ଶିବରାମଙ୍କ ଠାରୁ ୪୫ କେଜି ଚାଉଳ ଜବତ କରି ଉଭୟଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଥାନାରେ ଆମେସୁ ଏବଂ ଶିବରାମ ଉଭୟଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଥିବା ବେଳେ ଅଭିଯୁକ୍ତ ଚନ୍ଦନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri