ଚନ୍ଦନ ଶ୍ରେଷ୍ଠ ଅଭିନେତା, ଦିବ୍ୟାଦିଶା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର, ୧୩।୨ (ବ୍ୟୁରୋ):  ମାସ୍‌ ଇଭେଣ୍ଟ୍‌ସ ପକ୍ଷରୁ ଓଡ଼ିଶା ମୋଶନ ପିକ୍ଚର୍‌ ଆୱାର୍ଡ ପ୍ରଦାନ ଉତ୍ସବ ଶନିବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି ପୁରସ୍କୃତ ହୋଇଛନ୍ତି। ସେହିଭଳି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ହର ରଥ, ଶ୍ରେଷ୍ଠ ଖଳନାୟକ ଶ୍ରୀତମ ଦାଶ, ଶ୍ରେଷ୍ଠ ଲେଖକ ନିର୍ମଳ ନାୟକ, ଶ୍ରେଷ୍ଠ ହାସ୍ୟାଭିନେତା ଜୀବନ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ପ୍ରଦୀପ କୁମାର, ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, ଶ୍ରେଷ୍ଠ ଶିଶୁ ପ୍ରତିଭା ପ୍ରିୟାଂଶୀ ଜେନା, ଶ୍ରେଷ୍ଠ ନବାଗତା ନାୟିକା ପିଆଲି ଦାଶ, ଶ୍ରେଷ୍ଠ ସିନେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ଶ୍ରେଷ୍ଠ ଆଙ୍କର ମୁକେଶ କୁମାର ଓ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୋ ପାଇଁ ଫେରିବି ବସୁଧା ଚିରି’ ପୁରସ୍କାର ପାଇଛି। ଏହାସହ ଅନେକ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ବରିଷ୍ଠ କଳାକାର ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡୁ, ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ବାଇଁ ପ୍ରମୁଖଙ୍କୁ ‘ଓଡ଼ିଆ ଚଳଚ୍ଚିତ୍ର ଗର୍ବ’ ସମ୍ମାନ ପ୍ରଦାନ କରାଯାଇଛି। ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସ୍ତମ୍ଭକାର ଅମିୟ ପାଣ୍ଡବ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ସଭାପତି ଶକ୍ତି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମୁକେଶ କୁମାର ଓ ମାସ୍‌ ଇଭେଣ୍ଟସ୍‌ର ସଂଯୋଜକ ମିର୍‌ ଅହମ୍ମଦ ଅଲ୍ଲୀ ପରିଚାଳନା କରିଥିଲେ।