ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ବୋଲି ବ୍ଲକ ପ୍ରଶାସନ ଅଭିଯୋଗ କରିଥିଲେ। ଏହାପରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ପିଇଓଙ୍କ ନାମରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପିଇଓ ଲେମ୍ବୁ ଶିଖା ଏହାର ଉତ୍ତର ରଖିଛନ୍ତି ଓ ନିଜର ତଥ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାଖଲ କରିଛନ୍ତି। ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତରେ ଯେତିକି ଉନ୍ନୟନ କାମ ହୋଇଛି, ସେହି କାମ ଗୁଡିକରେ ପ୍ରଥମେ କନିଷ୍ଠ ଯନ୍ତ୍ରୀଙ୍କ ମାପ କରିଛନ୍ତି, ତାପରେ ଅତିରିକ୍ତ ଏକଯ୍ୟୁକେଟିଭ ର୍ନିବାହି ଯନ୍ତ୍ରୀ ଚେକ ମାପ କରିଛନ୍ତି ଏବଂ ବିଡ଼ିଓଙ୍କ କାଉଣ୍ଟର ସିଗନେଚର ହେଲା ପରେ ଟଙ୍କା ବ୍ୟାଙ୍କରୁ ଉଠାଯାଇ ବିଭିନ୍ନ ଉନ୍ନୟନ କାମରେ ନିୟୋଜିତ ଲୋକମାନଙ୍କୁ ଓ ବିଭିନ୍ନ ସାମଗ୍ରୀର ପେମେଣ୍ଟ କାରାଯାଇଛି। ବ୍ଲକରୁ କୌଣସି ଅଧିକାରୀ ଚାଞ୍ଚେର କିମ୍ବା ଉତ୍କେଳା ଗ୍ରାମପଞ୍ଚାୟତର କୌଣସି କ୍ୟାସ ବହି କିମ୍ବା କ୍ୟାସ ରେକର୍ଡ ଯାଞ୍ଚ କରିନାହାନ୍ତି। ଯେଉଁ ଅଭିଯୋଗ କରାଯାଇଛି ତାହା, ମୋତେ ବଦନାମ କରିବାକୁ ଷଢଯନ୍ତ୍ର କରାଯାଇଛି ବୋଲି ପିଇଓ ପ୍ରକାଶ କରିଛନ୍ତି । ଦୁଇଗୋଟି ଗ୍ରାମ ପଞ୍ଚାୟତ ନାମରେ ଯେଉଁ ସ୍ବତନ୍ତ୍ର ଅଡିଟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ପଞ୍ଚାୟତରାଜ ବିଭାଗକୁ ପଠାଯାଇଛି ,ତାହା ସୱତନ୍ତ୍ର ଅଡିଟ ହେଲେ ସମସ୍ତ ସତ୍ୟ ଜଣାପଡ଼ିବ ବୋଲି ଶିଖା କହିଛନ୍ତି।

ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି, ତାହା କେଶ ବୁକରେ ସବୁ ତଥ୍ୟ ଠିକ ଭାବେ ଉଲ୍ଲେଖ କରାଯାଇଛି ।ଅନଲାଇନ କ୍ୟାସବହିରେ କିଛି ତ୍ରୁଟି ଯୋଗୁଁ ଅନଲାଇନ ରେ ସୋ କରୁନାହିଁ ବୋଲି ର୍ନିବାହୀ ଅଧିକାରୀ ଶିଖା କହିଛନ୍ତ। ଉତ୍କେଳା ଗ୍ରାମ ପଞ୍ଚାୟତ ର ଅମୃତ ଧାରା କାର୍ଯ୍ୟ ର କୌଣସି ଟଙ୍କା ମୋ ସମୟରେ ଉଠାଯାଇ ନାହିଁ ଓ ବନ୍ଧ ନିଲାମ ବାବଦରେ ୧ଲକ୍ଷ୧୬ହଜାର ୩୦୦ ଟଙ୍କା ର ରସିଦ ସମ୍ପୃକ୍ତ ମହିଳା ସୟଂ ସହାୟକ ଗୋଷ୍ଠିଙ୍କୁ ପ୍ରଦାନ କରାଯାଇଛି। କ୍ୟାସ ବହିରେ ଲିପିବଦ୍ଧ ହୋଇଛି ବୋଲି ଶିଖା ପ୍ରକାଶ କରିଛନ୍ତି। କିନ୍ତୁ ଜୈନିକ ଖବରକାଗଜରେ ଯେଉଁ ତଥ୍ୟ ୧ ଏକ ଲକ୍ଷ ୧୬ ହଜାର ୩୦୦ ପରିବର୍ତ୍ତେ ୧ଏକ ଲକ୍ଷ ୬୦ ହଜାର ବୋଲି ଲେଖି ଭୁଲ ତଥ୍ୟ ପ୍ରସାରଣ କରାଯାଇଛି । ଏ ନେଇ ର୍ନିବାହି ଅଧିକାରୀ ଲେମ୍ବୁ ଶିଖାଙ୍କୁ ପଚାରିବାରୁ ମୋତେ ବଦନାମ କରିବାକୁ କିଛି ଲୋକଙ୍କ ଇଙ୍ଗିତ ରେ କିଛି ର୍ନିଦ୍ଧିଷ୍ଟ ଖବକାଗଜ ମାନଙ୍କରେ ପ୍ରସାରଣ କରାଯାଉଛି ଓ ଏହା ଏକ ସଡଯନ୍ତ୍ର କପୋଲ କଳ୍ପିତ , ମିଥ୍ୟା ଓ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri