ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ନାମରେ ଚଞ୍ଚକତା  ଚର୍ଚ୍ଚା: ୩ ଶହ ଜଣଙ୍କୁ ୪ ବସ୍‌

ଦାରିଙ୍ଗବାଡି,୧୧।୩ (ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକର ୨୫୪ ବିଦ୍ୟାଳୟରୁ ବିଦ୍ୟାଳୟ ପିଛା ଗୋଟିଏ ଲେଖାଏଁ ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ରାଜ୍ୟ ସରକାର ଦାରିଙ୍ଗବାଡି ବ୍ଲକ ପାଇଁ ୪.୫୪ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ମାତ୍ର ଏହି ଅର୍ଥ ଆତ୍ମସାତ ହୋଇଥିବା ଏବଂ ଆବଶ୍ୟକ ଖର୍ଚ୍ଚ ବଦଳରେ ତାକୁ ତୋସାରପାତ କରିବାକୁ ଉଦ୍ୟମ କରାଯାଉଥିବା ଏବେ ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ବ୍ଲକ ଅଞ୍ଚଳରେ ୨୫  ପଞ୍ଚାୟତରେ ରହିଥିବା ପ୍ରାୟ ୨୫୪ ବିଦ୍ୟାଳୟରୁ ୨୩୪ ଜଣ ଛାତ୍ରୀଛାତ୍ରଙ୍କୁ ଭୁବନେଶ୍ୱର ବୁଲାଇବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ବିଇଓଙ୍କ କାର୍ଯ୍ୟାଳୟରୁ ୪ ଘରୋଇ ବସ୍‌କୁ ଭଡା ସୂତ୍ରରେ ନିଆଯାଇଥିଲା। ଏଥିରେ ଗାଇଡ଼ କରିବାକୁ ବ୍ଲକର ସମସ୍ତ ପଞ୍ଚାୟତର ସିଆରସିସି, ପ୍ରାୟ ୧୦ ଜଣ ଶିକ୍ଷୟିତ୍ରୀ, ଜଣେ ଆକାଉଣ୍ଟାଣ୍ଟ, ଏବିଇଓ ଓ ସମସ୍ତଙ୍କ ପାଇଁ ରୋଷେଇକରି ଖାଦ୍ୟ ପରିବେଷଣ ପାଇଁ ରୋଷେୟା ମିଶି ପ୍ରାୟ ୩ ଶହ ଜଣ ୪ଟି ବସରେ ଯାତ୍ରା କରିଥିଲେ।  ତେବେ ଏତେଜଣ ଯାତ୍ରୀଙ୍କୁ ୪ଟି ବସ୍‌ରେ ଭିଡ ଭିତରେ ଗୁଞ୍ଜାଗୁଞ୍ଜିରେ ଯାତ୍ରା କରିଥିବା ବେଳେ ସେମାନଙ୍କୁ ନନ୍ଦନକାନନ ଓ ବାଟରେ ପଡୁଥିବା ଅଟ୍ରିକୁ ବୁଲାଇ ଘରକୁ ଅଣାଯାଇଥିଲା । ସମୟର ଅଭାବ ଦର୍ଶାଇ ଛାତ୍ରୀଛାତ୍ର ମାନଙ୍କୁ ରାଜ୍ୟ ସଂଗ୍ରାହଳୟ ଏବଂ ଅଡିଟୋରିୟମକୁ ନିଆଯାଇ ନ ଥିବା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଅଧିକା ବୁଲିଲେ ବସ୍‌ର ଭଡା ଅଧିକା ହେବା ଆଶଙ୍କାରେ ଏଭଳି ସମସ୍ତସ୍ଥାନରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚିତ କରାଯିବା ପଛରେ ବିଇଓ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀଙ୍କୁ କଣ ଫାଇଦା ମିଳିଲା ବୋଲି ଆଲୋଚନା ହେଉଛି।
ଏ ନେଇ ବିଇଓ ହାଡ଼ିବନ୍ଧୁ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।   ବିଆରସିସି ତଥା ଏବିଇଓ ଗୋକୁଳାନନ୍ଦ ନାୟକଙ୍କୁ ପଚାରିବୁଝିବାରୁ ସେ ପାଖାପାଖି ୩ ଶହ ଛାତ୍ରୀଛାତ୍ର ଓ କର୍ମଚାରୀ ଯାଇଥିବା ସ୍ବିକାର କରିବା ସହ ଏହାର ଦାୟିତ୍ୱ ଆକାଉଣ୍ଟାଣ୍ଟ ନେଇଥିବା  କହିଥିଲେ।  କେତେ ଖର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ହିସାବ କରାଯାଇ ନ ଥିବା ସେ କହଛନ୍ତି।
ବସରେ ଅଧିକା ଯାତ୍ରୀ ନେଇଥିବା ସମ୍ପର୍କରେ କନ୍ଧମାଳ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର ସାହୁଙ୍କୁ ପଚାରିବାରୁ ଏଭକି ଆବଶ୍ୟକତା ଠାରୁ ଅଧିକା ପରିବହନ ଆଇନର ଉଲଘଂନ ବୋଲି କହିବା ସହ ଏବେ ପ୍ରଚଣ୍ଡ ଗରମ ଯୋଗୁଁ ଗାଡି ଚାଳକଙ୍କୁ ଆମେ ସଚେତନ କରୁଛୁ ଏଭଳି ଅଧିକା ଯାତ୍ରୀ ନେଇ ଯିବା ଘଟଣାରେ ସେ ଉଦବେଗ୍‌ ପ୍ରକାଶ କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri