୬ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟାରେ ୬ ଜିଲାରେ ହାଲ୍‌କା ବର୍ଷା ସମ୍ଭାବନା ରହିଛି। କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଜିଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହ ଦକ୍ଷିଣ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡି ହେବା ନେଇ ଆକଳନ ହୋଇଛି। ସେହିପରି ୨୪ ଘଣ୍ଟା ପରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜଲାରେ ମଧ୍ୟ ହାଲ୍‌କା ବର୍ଷା ହୋଇପାରେ ବୋଲି ଜଣାପଡ଼ିଛି । ରାଜ୍ୟରେ ଏଭଳି ପାଗ ଆସନ୍ତା ୨୧ ତାରିଖ ଯାଏ ରହିବା ନେଇ ସୂଚନା ମିଳିଛି।