କିଛି ନୂଆ କାମ କରିବାକୁ ଯାଉଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା…

ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। କେବଳ ଜୀବନର ସମସ୍ତ ଦିଗ ନୁହେଁ ବରଂ କିଛି ନୂଆ କାମ କରିବା ପୂର୍ବରୁ କେତୋଟି କଥା ପ୍ରତି ଧ୍ୟାନ ଦେଲେ ନିଶ୍ଚିତ ସଫଳତା ମିଳିଥାଏ ବୋଲି ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି। ତେବେ ଜାଣନ୍ତୁ ଚାଣକ୍ୟ କହିଥିବା ଗୁରୁତ୍ୱପୂର୍ଣ୍ଣ ୫ କଥା…

ପ୍ରଥମତଃ ଆପଣ ଯେଉଁ ନୂଆ କାମ କରିବାକୁ ଯାଉଛନ୍ତି ସେ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା କାମରେ ବାଧା ଆସେ ଆଉ ସଫଳତା ପାଇପାରିବେ ନାହିଁ।

ଦ୍ୱିତୀୟରେ ନୂଆ କାମ କରିବା ପୂର୍ବରୁ ସ୍ଥିର ମସ୍ତିଷ୍କ ଏବଂ ସକାରାତ୍ମକ ଭାବନା ନେଇ ଆରମ୍ଭ କରନ୍ତୁ।

ତୃତୀୟରେ କାମ ଆରମ୍ଭ କରିବା ପୂର୍ବରୁ ସମୟ, ସ୍ଥାନ ଏବଂ ଏହି କାମରେ ଭାଗିଦାରୀ କିଏ, ଆପଣଙ୍କୁ କିଏ ସାହାଯ୍ୟ କରିପାରବ ଏସବୁ ଧ୍ୟାନ ଦେବା ଜରୁରୀ।

ଚତୁର୍ଥରେ ଯେଉଁ କାମ କରିବାକୁ ଯାଉଛନ୍ତି, ସେଥିରେ ଆପଣ କେତେ ସକ୍ଷମ। ତାହା ତର୍ଜମା କରିବା ଉଚିତ।

ପଞ୍ଚମରେ ନୂଆ କାମ ଆରମ୍ଭ କରିବା ସମୟରେ ଆପଣଙ୍କ କଥାବାର୍ତ୍ତା ଠିକ୍‌ ରଖନ୍ତୁ। ଚାଣକ୍ୟଙ୍କ ଅନୁସାରେ କଟୁ କଥା କହିଲେ ଆପଣଙ୍କ କାମରେ ବାଧା ଆସିପାରେ। ଫଳରେ ସଫଳତା ପାଇବା ପରିବର୍ତ୍ତେ ବିଫଳ ହୋଇଥାନ୍ତି।