ମନୁଷ୍ୟକୁ ବରବାଦ କରିପାରେ ଏହି ଛୋଟଛୋଟ ଭୁଲ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ। ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ଚାଣକ୍ୟ ମନୁଷ୍ୟକୁ ବରବାଦ କଲାଭଳି ତଥା ସାରାଜୀବନ କଷ୍ଟ ଦେଲାଭଳି କିଛି ଭୂଲ ବିଷୟରେ ଉଲ୍ଲେଖ କରିଛନ୍ତି।

-ଧାର୍ମିକ କାର୍ଯ୍ୟକୁ ମହତ୍ୱ ଦେଇଛନ୍ତି ଚାଣକ୍ୟ। ସେ କୁହନ୍ତି ମନୁଷ୍ୟ ଯଦି କୌଣସି ଧାର୍ମିକ କାର୍ଯ୍ୟରେ ଭୁଲ କରିଦେଇଥାଏ ତେବେ ତାକୁ ତାହାର ସୁଫଳ ମିଳିବା ପରିବର୍ତ୍ତେ ବିପରିତ ପରିଣାମ ଭୋଗିବାକୁ ପଡ଼ିଥାଏ। ଏଣୁ ଏଭଳି କାର୍ଯ୍ୟ ସତର୍କତାର ସହ କରିବା ଉଚିତ।

– ରୋଗଗ୍ରସ୍ତ ବ୍ୟକ୍ତି ଯଦି ରୋଗରେ ଥାଇ ବି ଭୂଲ ଔଷଧ ସେବନ କରେ ତେବେ ତାର ଜୀବନ ଯାଇପାରେ। ଏଣୁ କୌଣସି ଔଷଧ ସେବନ କରିବା ପୂର୍ବରୁ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଜାଣିବା ଉଚିତ ବୋଲି କହିଛନ୍ତି।

-ସୁଖୀ ରହିବା ପାଇଁ ମନୁଷ୍ୟ ସାରା ଜୀବନ ଧନସମ୍ପତ୍ତି ଅର୍ଜନ କରିବାରେ ଲାଗିଥାଏ। ହେଲେ ଯଦି ଧନର ସଠିକ୍‌ ବ୍ୟବହାର ବିଷୟରେ ସେ ଅଜ୍ଞ ଥାଏ ତେବେ ସେ କିଛି ଦିନ ମଧ୍ୟରେ ବରବାଦ ହୋଇଯାଏ। ଏଣୁ ଧନ ଖର୍ଚ୍ଚ କରିବା ସମୟରେ ବ୍ୟକ୍ତିଙ୍କୁ ସତର୍କ ରହିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

-କୌଣସି ବ୍ୟକ୍ତିର ଜୀବନରେ ଗୁରୁଙ୍କ ଭୂମିକା ପ୍ରମୁଖ। ଚାଣକ୍ୟ କୁହନ୍ତି, ମନୁଷ୍ୟ ନିଜ ଗୁରୁଙ୍କ କଥା ନ ମାନିଲେ ଜୀବନରେ ମିଳିବାକୁ ଥିବା ସୁଖରୁ ବଞ୍ଚିତ ରହିଥାଏ।

-ଅଧିକ ଭୋଜନ ଖାଉଥିବା ବ୍ୟକ୍ତି ଜୀବନରେ ସୁଖ ଆସେନାହିଁ। ବରଂ ତାଙ୍କ ଭିତରେ ଦରିଦ୍ରତା ବସା ବାନ୍ଧେ। ଏଣୁ ସେ ଶୀଘ୍ର ବରବାଦ ହୋଇଯାଏ ବୋଲି ଚାଣକ୍ୟ କହିଛନ୍ତି।