ଏହି ୪ ଲୋକଙ୍କ ସହ କେବେ ବି କରନ୍ତୁ ନାହିଁ ବନ୍ଧୁତା, ବରବାଦ ହୋଇଯିବ ଜୀବନ; ଜାଣନ୍ତୁ…

ଜୀବନରେ ସଫଳତା ପାଇବାକୁ ହେଲେ ସତପଥରେ ଯାତ୍ରା ସହ ଭଲ ଲୋକଙ୍କ ସହ ସମ୍ପର୍କରେ ରହିବା ଉଚିତ। ମହାନ ଅର୍ଥଶାସ୍ତ୍ରୀ ତଥା ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ୪ ପ୍ରକାର ଲୋକଙ୍କ ସହ ବନ୍ଧୁତା ନ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ ଯେ କେହି ବରବାଦ ହୋଇଯିବ ବୋଲି ସେ କୁହନ୍ତି।

-ଚାଣକ୍ୟ କୁହନ୍ତି, ଖରାପ ଚରିତ୍ର ଏବଂ ବିନା କାରଣରେ ଅନ୍ୟକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ନଚେତ ଅପରିଷ୍କାର ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କ ସହ ଯେଉଁ ପୁରୁଷ ବନ୍ଧୁତାର ସମ୍ପର୍କ ଯୋଡେ, ସେ ଶୀଘ୍ର ନଷ୍ଟ ହୋଇଯାଏ।

-ଦୁର୍ଜନ ସହ ବନ୍ଧୁତା ନର୍କରେ ବାସ କରିବା ସହ ସମାନ। ଏଣୁ ଯେତେ ଶୀଘ୍ର ସମ୍ଭବ ଦୁର୍ଜନଲୋକଙ୍କ ସହ ବନ୍ଧୁତାକୁ ପରିତ୍ୟାଗ କରନ୍ତୁ ବୋଲି ଚାଣକ୍ୟ କୁହନ୍ତି।

-ବନ୍ଧୁତା କରିବା ପୂର୍ବରୁ ସବୁକିଛି ଦେଖି ପରଖି ନିଅନ୍ତୁ। ତାଙ୍କର କୌଣସି ଦୋଷ ଅଛି କି ନାହିଁ। ଯଦି ଅଛି ତେବେ ଏଥିରୁ ହେବାକୁ ଥିବା କ୍ଷତିରୁ ବଞ୍ଚିବା ଅସମ୍ଭବ। ଏଣୁ ସେଭଳି ଲୋକଠାରୁ ଦୂରରେ ରହିବା ଉଚିତ।