ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ। ସେ ନିଜର ନୀତିଶାସ୍ତ୍ରରେ କେଉଁ ଲୋକଙ୍କୁ ନିଜର ଗୁଣ ପାଇଁ ଧନପ୍ରାପ୍ତି ହୋଇଥାଏ ତାହା କହିଛନ୍ତି। ଯେପରିକି:

ଦୟାଳୁ ବ୍ୟକ୍ତି: ଯେଉଁ ବ୍ୟକ୍ତିର ମନରେ ଦୟାଳୁ ଭାବ ଥାଏ ସେ ମନ ପବିତ୍ର ଥାଏ। ଏଣୁ ତାଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ବୋଲି ଚାଣକ୍ୟ ନୀତିରେ କୁହାଯାଇଛି।

ଦୃଢ଼ ନିର୍ଣ୍ଣୟ କରୁଥିବା ବ୍ୟକ୍ତି: ଯେଉଁ ବ୍ୟକ୍ତି ଦୃଢ଼ ନିର୍ଣ୍ଣୟ କରିଥାନ୍ତି, ତାଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏଭଳି ଲୋକ ନିଜର ମନସ୍ଥିତିକୁ ଯୋଗୁ ସବୁ ସ୍ବପ୍ନକୁ ପୂରଣ କରିପାରନ୍ତି। ତାଙ୍କ ରାସ୍ତାରେ ଯେତେ ବି ବାଧାବିଘ୍ନ ଆସୁନା କାହିଁକି ତାଙ୍କ ଦୃଢ଼ତାକୁ ଭାଙ୍ଗି ପାରେ ନାହିଁ।

ସଚ୍ଚୋଟ ବ୍ୟକ୍ତି: ଯେଉଁ ଲୋକ କାମ କରିବା ସମୟରେ ସଚ୍ଚୋଟ ଥାନ୍ତି, ତାଙ୍କ ପାଖରେ କେବେ ବି ଧନର ଅଭାବ ରହି ନ ଥାଏ। ସଚ୍ଚୋଟତା ଯୋଗୁ ସେ ସବୁ କାର୍ଯ୍ୟରେ ବିଜୟ ହୋଇଥାଏ। ଏଭଳି ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରନ୍ତି ବୋଲି ଚାଣକ୍ୟ କହିଛନ୍ତି।

ପରିଶ୍ରମୀ ଲୋକ: ଯେଉଁ ଲୋକ ପରିଶ୍ରମୀ ହୋଇଥାନ୍ତି ତାଙ୍କ ପାଖରେ କେବେ ହେଲେ ଧନର ଅଭାବ ରହି ନ ଥାଏ। ସେମାନେ ନିଜ ବଳରେ ଭାଗ୍ୟକୁ ପରିବର୍ତ୍ତନ କରିଥାନ୍ତି। ଚାଣକ୍ୟ ଏଭଳି ଲୋକଙ୍କୁ ବେଶ ପସନ୍ଦ ମଧ୍ୟ କରୁଥିଲେ।