ଜୀବନରୁ ଦୁଃଖ ଦୂର କରିବାକୁ ଚାହାନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ଏହି କ୍ରମରେ ଚାଣକ୍ୟ ଜୀବନରୁ ଦୁଃଖ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ନୀତିରେ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା..

-ଚାଣକ୍ୟଙ୍କ ଅନୁଯାୟୀ ଥାଳିରେ ବାଢ଼ିଥିବା ଗୋଟିଏ ବି ଅନ୍ନ ନଷ୍ଟ କରିବା ଉଚିତ ନୁହେଁ। ଏଭଳି ହେଲେ ଘରେ ସୁଖ ସମୃଦ୍ଧି ବାସ କରି ନ ଥାଏ।

-ଯେଉଁ ଘରେ ଧନକୁ ଖରାପ କାମରେ ବ୍ୟବହାର କରାଯାଏ, ସେହି ଘରେ ସର୍ବଦା କଳହ ହେବାର ସମ୍ଭାବନା ଥାଏ। ଏହି କାରଣରୁ କେବେ ବି ଘରେ ଖୁସି ରହେ ନାହିଁ। ଏପରିକି ମା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଆନ୍ତି ବୋଲି ଚାଣକ୍ୟ କହିଛନ୍ତି।

-ସ୍ବାମୀସ୍ତ୍ରୀ ମଧ୍ୟରେ ମଧୁର ସମ୍ପର୍କରେ କପଟର ସ୍ଥାନ ନ ଥାଏ। ଯଦି ସେମାନେ ଜଣେ ଅନ୍ୟଜଣଙ୍କୁ କଥା ଲୁଚାନ୍ତି ତେବେ ସେ ସମ୍ପର୍କ ଚାଲିପାରି ନ ଥାଏ। ଫଳରେ ଘରେ କେବେ ବି ସୁଖ ସମୃଦ୍ଧି ଆସି ନ ଥାଏ।

-ଯଦି କୌଣସି ଜ୍ଞାନୀ ବ୍ୟକ୍ତି ଗରିବ ଓ ମୁର୍ଖ ଧନୀ ଥାଏ ତେବେ ଆମକୁ ଜ୍ଞାନୀ ବ୍ୟକ୍ତିର ପଥକୁ ଅନୁସରଣ କରିବା ଉଚିତ। ତାଙ୍କ କଥା ଶୁଣିବା ଆବଶ୍ୟକ ହୋଇଥାଏ।