ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ…

ଜୀବନକୁ ଖୁସି ତଥା ସୁଖମୟ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ମନ ତାଙ୍କ ଆୟତ୍ତରେ ରହିଥାଏ, ଅଥବା ସ୍ଥିର ରହିଥାଏ ସେ ସବୁବେଳେ ସୁଖମୟ ଜୀବନ ବିତାଇଥାନ୍ତି। ଏହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତି ଅନ୍ୟର ସୁଖରେ ଦୁଃଖୀ ହୋଇଥାଏ ସେ ସାରା ଜୀବନ ସୁଖରୁ ବଞ୍ଚିତ ରହିଥାଏ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଶ୍ଲୋକର ତାତ୍ପର୍ଯ୍ୟ ହେଉଛି, ଯେଉଁ ବ୍ୟକ୍ତିର ମନ ସ୍ଥିର ଏବଂ ଶାନ୍ତ ନୁହେଁ ସେ ସାରା ଜୀବନ ଅସନ୍ତୁଷ୍ଟ ରହିଥାନ୍ତି। ସେ ଅନ୍ୟମାନଙ୍କ ମଧ୍ୟରେ ରହି ମଧ୍ୟ ନିଜକୁ ଖୁସି କରିପାରନ୍ତି ନାହିଁ। ତେଣୁ ଯଦି ଜୀବନକୁ ଖୁସି ଏବଂ ଶାନ୍ତ କରିବାକୁ ଚାହୁଁଛନ୍ତି ତେବେ ନିଜ ମନକୁ ଶାନ୍ତ ରଖିବାକୁ ହେବ। ଏଥିସହ ନକାରାତ୍ମକ ଚିନ୍ତାଧାରାକୁ ମନରୁ ଦୂରେଇ ଦେବାକୁ ପଡ଼ିବ ।